Author: Site Admin

ସ୍ଥାପତ୍ୟ ନମ୍ବର – ୧ ଭଗବାନ ବୁଦ୍ଧଙ୍କର ବ୍ରୋଞ୍ଜ ଉପାସନା ମୂର୍ତ୍ତି । କନୌଜ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମସାମୟିକ । ଖ୍ରୀଷ୍ଟିୟ ସପ୍ତମ ଶତାବ୍ଦୀବେଳର । ଏଠାରେ ଭଗବାନ ବୁଦ୍ଧ ଧର୍ମ ପ୍ରଚାର ମୁଦ୍ରାରେ ଅଛନ୍ତି । ତାଙ୍କୁ ପାରମ୍ପାରିକ ସରଳ ବେଶଭୂଷାରେ ନ ଗଢ଼ି ଏକ ରାଜକୀୟ ପରିପାଟୀରେ ନିର୍ମାଣ କରାଯାଇଛି । ମସ୍ତକର ମୁକୁଟରେ ଓ ଛାତିରେ  ବିଭିନ୍ନ ରାଜୋଚିତ ରତ୍ନ ଅଳଙ୍କାର ସହିତ ପୋଷାକ ଶୋଭା ପାଉଛି । ସେତେବେଳେ ବୁଦ୍ଧଙ୍କର ଭଗବତ୍ତା ଲୋକପ୍ରିୟତାର ଉତ୍କର୍ଷ ହାସଲ କରିସାରିଲେଣି । ସ୍ଥାପତ୍ୟ ନମ୍ବର–୨ କାମ୍ବୋଡିଆର ପ୍ରସିଦ୍ଧ ଆଙ୍ଗକର ଭଟ୍ଟ ମନ୍ଦିର କାନ୍ଥରେ ଏହି ବୃହଦାକାର  ୨୦ ଫୁଟ ଉଚ୍ଚ ମୂର୍ତ୍ତି ଖୋଦେଇ ହୋଇଛି । ତ୍ରୟୋଦଶ ଶତାବ୍ଦୀରେ ରାଜା ଦ୍ଵିତୀୟ ସୂର୍ଯ୍ୟ ବର୍ମନଙ୍କ ଦ୍ୱାରା ନିର୍ମିତ । ଏଠାରେ ତାଙ୍କ ଚଳଣି ଓ ବିଶ୍ୱାସ ଅନୁସାରେ ବୁଦ୍ଧ ତ୍ରିଲୋକ ଅଧୀଶ୍ଵର । ତେଣୁ ମସ୍ତକରେ ତ୍ରି ଶାଖା…

Read More