Author: Ayesha Debnath

PM Modi: ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରି ୧୨ତାରିଖରୁ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ। ଏହି ଯୋଜନା ଅନୁଯାୟୀ ମୋଦି ଦୁଇ ଦିନିଆ ପ୍ୟାରିସ୍ ଗସ୍ତ ଶେଷ କରି ୱାଶିଂଟନ ଡିସି ଗସ୍ତ କରିବେ। ଫେବ୍ରୁଆରି ୧୨ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆମେରିକାର ରାଜଧାନୀରେ ପହଞ୍ଚିବେ ଏବଂ ପରଦିନ ସେ ଏବଂ ଟ୍ରମ୍ପ୍ ଏହି ଆଲୋଚନା କରିବେ ବୋଲି ଆଶା କରାଯାଉଛି। ନଭେମ୍ବରରେ ଚମତ୍କାର ବିଜୟ ପରେ ଜାନୁଆରୀ ୨୦ରେ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଆମେରିକା ଗସ୍ତ ହେବ । ଟ୍ରମ୍ପ ପ୍ରଶାସନ କ୍ଷମତାକୁ ଆସିବାର ସପ୍ତାହକ ମଧ୍ୟରେ ଦ୍ୱିପାକ୍ଷିକ ଗସ୍ତରେ ୱାଶିଂଟନ ଡିସି ଗସ୍ତ ରେ ଯାଇଥିବା ହାତଗଣତି ବିଦେଶୀ ନେତାଙ୍କ ମଧ୍ୟରେ ମୋଦି ମଧ୍ୟ ରହିବେ…

Read More