Author: Ayesha Debnath

Retail inflation: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବରରେ ୫.୨୨ ପ୍ରତିଶତଥିବା ବେଳେ ଜାନୁଆରିରେ ଏହା ୫ ମାସର ସର୍ବନିମ୍ନ ସ୍ତର ୪.୩୧ ପ୍ରତିଶତକୁ ଖସି ଆସିଛି। ଖାଉଟି ଖାଦ୍ୟ ମୂଲ୍ୟ ସୂଚକାଙ୍କ (ସିଏଫପିଆଇ) ଆଧାରରେ ଖାଦ୍ୟ ମୁଦ୍ରାସ୍ଫୀତି ଜାନୁଆରିରେ ୫ ମାସର ସର୍ବନିମ୍ନ ସ୍ତର ୬.୦୨ ପ୍ରତିଶତକୁ ଖସି ଆସିଛି, ଯାହା ଡିସେମ୍ବରରେ ୮.୩୯ ପ୍ରତିଶତ ଥିଲା। ମୁଖ୍ୟତଃ ଯୋଗାଣ ଏବଂ ଋତୁକାଳୀନ କାରଣରୁ ପନିପରିବା ମୁଦ୍ରାସ୍ଫୀତି ହାର ଡିସେମ୍ବରରେ ୨୬.୫୬ ପ୍ରତିଶତ ଥିବା ବେଳେ ଜାନୁଆରୀରେ ଏହା ୧୧.୩୫ ପ୍ରତିଶତକୁ ହ୍ରାସ ପାଇଛି। ପନିପରିବା ପାଇଁ ମୁଦ୍ରାସ୍ଫୀତି ହାରରେ ହ୍ରାସ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଜାରି ରହିବ ଏବଂ ୨୦୨୫ ଫେବୃଆରି ଏବଂ ମାର୍ଚ୍ଚରେ ମୁଦ୍ରାସ୍ଫୀତି ୩.୯-୪.୦ ପ୍ରତିଶତ ମଧ୍ୟରେ ରହିବ ବୋଲି ଇଣ୍ଡିଆ ରେଟିଂସ୍ ଆଣ୍ଡ ରିସର୍ଚ୍ଚ (ଇଣ୍ଡ-ରା) ଏକ…

Read More