Author: Ayesha Debnath

Court: କୌଣସି ଅପରାଧିକ ମାମଲାର ବିଚାର ପ୍ରକ୍ରିୟାରେ ଶିଶୁଟିଏ ବି ସାକ୍ଷୀ ହୋଇପାରିବେ। ବୟସ କେବେ କୌଣସି ସାକ୍ଷୀ ପାଇଁ ପ୍ରତିବନ୍ଧକ ହେବା ଉଚିତ ନୁହେଁ। ଭାରତୀୟ ସାକ୍ଷ ଆଇନର ତର୍ଜମା କରି ସୁପ୍ରିମ କୋର୍ଟ ଏହି ରାୟ ଦେଇଛନ୍ତି। ଆଉ ଏହି ଅନୁସାରେ ହାଇକୋର୍ଟରେ ଦୋଷମୁକ୍ତ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଜେଲା ଦଣ୍ଡାଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ପ୍ରଥମଥର ପାଇଁ ଭାରତୀୟ ସାକ୍ଷ୍ୟ ଆଇନକୁ ସମୀକ୍ଷା କରି ସୁପ୍ରିମ କୋର୍ଟ ଏହି ତର୍ଜମା କରିଛନ୍ତି। ଖାଲି ସେତିକି ନୁହେଁ ଜଣେ ସାତ ବର୍ଷ ଝିଅର ସାକ୍ଷ୍ୟକୁ ଗ୍ରହଣ କରି ତାଙ୍କ ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ ବି ଶୁଣାଇଛନ୍ତି। ଏହି ଅଭିଯୁକ୍ତଙ୍କୁ ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟ ଖଲାସ କରିଥିଲେ। ଆଜି ଜଷ୍ଟିସ୍‍ ଜେବି ପାର୍ଡିଓ୍ୱାଲା ଏବଂ ମନୋଜ ମିଶ୍ରଙ୍କୁ ନେଇ ଗଠିତି ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଝିଅର ବୟାନକୁ ରେକର୍ଡ କରିବାକୁ ଆଦେଶ…

Read More