Author: Ayesha Debnath

Uttarakhand Avalanche: ଉତ୍ତରାଖଣ୍ଡ ବଦ୍ରିନାଥ ନିକଟରେ ବଡ଼ ଧରଣର ହିମସ୍ଖଳନ । ବରଫ ତଳେ ଫସିଲେ ୨୨ ଶ୍ରମିକ । ଜାରି ରହିଛି ରେସ୍କ୍ୟୁ ଅପରେସନ । ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ ହୋଇଛି । ରାସ୍ତା ନିର୍ମାଣ ବେଳେ ଏହି ହିମସ୍ଖଳନ ହୋଇଛି । ସୂଚନା ଅନୁଯାୟୀ, ବର୍ଡର ରୋଡ୍ ଅର୍ଗାନାଇଜେସନ (BRO) ପକ୍ଷରୁ ମାଣା ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ଜଣେ କଣ୍ଟ୍ରାକରଙ୍କ ଦ୍ବାରା ବହୁସଂଖ୍ୟାରେ ଶ୍ରମିକ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ହଠାତ୍ ଏଠାରେ ବଡ ଧରଣର ହିମସ୍ଖଳନ ହୋଇଥିଲା । ଫଳରେ ନିର୍ମାଣସ୍ଥଳରେ କାମ କରୁଥିବା ଶ୍ରମିକମାନେ ବରଫ ତଳେ ଫସି ଯାଇଥିଲେ । ୫୫ ଜଣ ଫସି ରହିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୩ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ବରଫ ତଳେ ଫସିରହିଛନ୍ତି ୨୨ ଶ୍ରମିକ ।…

Read More