Author: Ayesha Debnath

IIT Baba: ଆଇଆଇଟି ବାବା ଓରଫ୍ ଅଭୟ ସିଂ, ସୋସିଆଲ ମିଡ଼ିଆର ବେଶ ଚର୍ଚ୍ଚିତ ନାମ । ଯିଏ କି ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରୁ ବେଶ ଚର୍ଚ୍ଚାକୁ ଆସିଥିଲେ । ଆଇଆଇଟି ବାବା ତାଙ୍କ ବିବାଦୀୟ ବୟାନ ଓ କାର୍ଯ୍ୟକଳାପ ପାଇଁ ସେ ବେଶ ଜଣାଶୁଣା। ଏବେ ପୁଣିଥରେ ଚର୍ଚ୍ଚାରେ ଆଇଆଇଟି ବାବା ଓରଫ୍ ଅଭୟ ସିଂହ । ତାଣ୍ଡବ ନୃତ୍ୟ କରି ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି ବାବା । ସୂଚନା ଅନୁଯାୟୀ, ଆଇଆଇଟି ବାବାଙ୍କୁ ଅଟକ ରଖିଛି ଜୟପୁର ପୋଲିସ । ସେ ସୋସିଆଲ ମିଡିଆରେ ଜୀବନ ହାରିବାକୁ ଧମକ ଦେଇଥିଲେ । ଏହାପରେ ସେ ରହୁଥିବା ହୋଟେଲକୁ ଯାଇ ବାବାଙ୍କୁ ଅଟକ ରଖିଛି ପୋଲିସ । ବାବାଙ୍କ ନିକଟରେ ଗଂଜେଇ ମଧ୍ୟ ମିଳିଛି । ତାଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜୟପୁର ପୋଲିସ ଏବେ ତାଙ୍କୁ ପଚରାଉଚରା କରୁଛି…

Read More