Author: Ayesha Debnath

ଅକ୍ଷୟ ତୃତୀୟା ଅବସରରେ ଗ୍ରାହକଙ୍କ ପାଇଁ ଖୁସି ଖବର। ପୁଣି କମିଲା ସୁନା ଦର। ସୁନା ଦରରେ ହୋଇଛି ପରିବର୍ତ୍ତନ। ଲୋକମାନେ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ବିଚାର କରିଥାଆନ୍ତି। ବର୍ଷକରେ ଥରେ ଏଥିପାଇଁ ଏହିଦିନକୁ ସମସ୍ତେ ଅନାଇ ବସିଥାନ୍ତି। ଏଥିସହ ଗହଣା ଦୋକାନୀମାନେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଅଫର ରଖିଥାନ୍ତି। ଆସନ୍ତୁ ଜାଣିବା କେତେ କମିଲା ସୁନା ଦର: ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୦ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୭.୯୭୦ ଟଙ୍କା ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦ଟଙ୍କା ହ୍ରାସ ପାଇବା ସହ ୯୭,୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ…

Read More