Author: Ayesha Debnath

Weather Update: ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା। ଟାଇଁ ଟାଇଁ ଖରାରେ ଜଳୁଛି ଶରୀର । ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମପ୍ରବାହ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ରାଜ୍ୟରେ ତାପମାତ୍ରା । ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ମାତ୍ର ଦୁଇ ଦିନ ପରଠୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଅର୍ଥାତ୍‌ ରାଜ୍ୟରେ ସମସ୍ତ ଜିଲ୍ଲାର ତାପମାତ୍ରା ରବିବାରଠୁ ବୃଦ୍ଧି ହେବ । ଭୁବନେଶ୍ୱରରେ ଆସନ୍ତା ୨୪ ଘଣ୍ଟା ପାଇଁ ଆକାଶ ସଫା ରହିବ । ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରହିବ। ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର…

Read More