Author: Ayesha Debnath

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜିର ଦିନରେ ଗାଁଠୁ ସହର ସବୁଠି ଉତ୍ସବମୁଖର । ସମସ୍ତ ମାସ ମଧ୍ୟରୁ କାର୍ତ୍ତିକ ମାସକୁ ପୁଣ୍ୟ ମାସ ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି କାର୍ତ୍ତିକ ମାସରେ ଓଷା କରିବା ସହ ଅରୁଆ ଖାଇ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇଲେ ପିଲାମାନଙ୍କର ମଙ୍ଗଳ ହେବା ସହ ଆରୋଗ୍ୟ ଲାଭ ହୋଇଥାଏ । ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ । ବୋଇତ ବନ୍ଦାଣକୁ ଆମେ ଡଙ୍ଗା ଭସା ନାମରେ ମଧ୍ୟ ଜାଣିଥାଉ । ଏହାକୁ ନେଇ ବେଶ ଚଳଚଞ୍ଚଳ ଗାଁ ଠୁ ସହର । ଛୋଟ ଠାରୁ ବଡ ସମସ୍ତେ ଏହି ପର୍ବକୁ ପାଳନ କରିବା ପାଇଁ ଉତ୍ସାହିତ ଥାନ୍ତି । ପରମ୍ପରା ଅନୁଯାୟୀ ଭୋର ୪ଟାରୁ କାଗଜ ଡ଼ଙ୍ଗା, କଦଳୀ ଫାଉଡାରେ ନିର୍ମିତ ଡଙ୍ଗା ଧରି ସମୁଦ୍ର, ପୋଖରୀ ଓ…

Read More