Author: Aradhana

ଆଗାମୀ ବର୍ଡର-ଗାଭାସ୍କର ଟ୍ରଫିରେ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବା ନେଇ ଆଶଙ୍କା ରହିଛି। ୨୨ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ। ପର୍ଥର ଅପ୍ଟସ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‍। ରୋହିତ ଦ୍ୱିତୀୟ ସନ୍ତାନର ଜନକ ହେବାକୁ ଯାଉଛନ୍ତି। ତେଣୁ ସେ ପ୍ରଥମ ଟେଷ୍ଟରେ ଖେଳିବା ନେଇ ଆଶଙ୍କା ରହିଛି। ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ନେତୃତ୍ୱ ନେବେ ବୋଲି ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜି ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି, ରୋହିତ ପ୍ରଥମ ଟେଷ୍ଟ ଖେଳିବା ନେଇ ଏପର୍ଯ୍ୟନ୍ତ ଆମ ନିକଟରେ ସ୍ପଷ୍ଟ ସୂଚନା ନାହିଁ। ସେ ହୁଏତ ପର୍ଥ ଟେଷ୍ଟ ପୂର୍ବରୁ ଦଳ ସହ ଯୋଗ ଦେଇପାରନ୍ତି। ନଚତ ବୁମରା ଦଳର ନୃତୃତ୍ୱ ନେବେ। ସେ ଦଳର ଉପଅଧିନାୟକ। ତେଣୁ ଅଧିନାୟକଙ୍କ ଅନୁପସ୍ଥିତିରେ ନତୃତ୍ୱ ନେବା ଉପଅଧିନାୟକଙ୍କ ଦାୟିତ୍ୱ। ରୋହିତଙ୍କ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଆମ ନିକଟରେ କେଏଲ ରାହୁଲ ଓ ଅଭିମନ୍ୟୁ ଈଶ୍ୱରନ…

Read More