Author: Aradhana

ନୂଆ କରି ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଯୁବ ଅଲ୍‍ରାଉଣ୍ଡର ନିତିଶ କୁମାର ରେଡ୍ଡୀ ପର୍ଥରେ ପଦାର୍ପଣ କରିବାର ଯେଥଷ୍ଟ ସମ୍ଭାବନା ରହିଛି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି, ନିତିଶଙ୍କ ଖେଳ ବେଶ ପ୍ରଭାବିତ କରିଛି। ଟି-ଟ୍ୱେଣ୍ଟିରେ ତାଙ୍କ ପ୍ରଦର୍ଶନ ଚମତ୍କାର ରହିଥିଲା। ସେ ବେଶ ପ୍ରତିଭାବାନ। ତାଙ୍କ ଉପରେ ମୋର ଯଥେଷ୍ଟ ଭରସା ରହିଛି। ଅଷ୍ଟ୍ରେଲିଆରେ ସେ ସଫଳ ହେବେ ବୋଲି ମୋର ଆଶା ରହିଛି। ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ନିତିଶ ଅଲ୍‍ରାଉଣ୍ଡ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଭରସା ଜିତିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିଥିଲା। ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇବା ପାଇଁ ତାଙ୍କୁ ଭାରତ ଏ’ ଦଳ ସହ ଆଗୁଆ ଅଷ୍ଟ୍ରେଲିଆ ପଠା ଯାଇଛି। ଅଷ୍ଟ୍ରଲିଆ ଏ’ ଦଳ ବିପକ୍ଷରେ ସେ ଉଭୟ ଅନଫିସିଆଲ ଟେଷ୍ଟ ଖେଳିଛନ୍ତି। ସୂଚନାଯୋଗ୍ୟ, ଭାରତର ଏକମାତ୍ର ପେସ ବୋଲିଂ…

Read More