Author: Aradhana

 ମାଇକ ଓ୍ୱାଲ୍ଟଜ ହେଲେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା  ରିପବ୍ଲିକାନ ପ୍ରତିନିଧି ୱାଲ୍ଟଜ  ଚୀନ ସମାଲୋଚକ, ଭାରତର ସମର୍ଥକ ଇଣ୍ଡିଆ କୋକସର ଯୁଗ୍ମ ଅଧ୍ୟକ୍ଷ ଆମେରିକାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ବହୁ ଚର୍ଚ୍ଚିତ ରିପବ୍ଲିକାନ ପ୍ରତିନିଧି ତଥା ଫ୍ଲୋରିଡାର ସାଂସଦ ମାଇକ ଓ୍ୱାଲ୍ଟଜଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‍ଏସଏ) ନିଯୁକ୍ତ କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ବିଶ୍ୱବାସୀଙ୍କୁ ଚକିତ କରିଥିବାବେଳେ ଭାରତ ପାଇଁ ଏକ ପ୍ରକାର ଖୁସି ଖବର କହିଲେ ଭୁଲ ହେବ ନାହିଁ। କାରଣ ୱାଲ୍ଟଜ ସର୍ବଦା ଭାରତର ପ୍ରଶଂସକ ରହିଆସିଛନ୍ତି ଓ ପଡ଼ୋଶୀ ଚୀନ୍‍କୁ ବହୁବାର ଖୁଲମ୍ ଖୁଲ୍ଲା ସମାଲୋଚନା କରିଛନ୍ତି। ବର୍ତ୍ତମାନ ଜ୍ୟାକ ସୁଲିବନ ଏନ୍‍ଏସଏ ମୁଖ୍ୟ ରହିଛନ୍ତି। ୱାଲ୍ଟଜ ଖୁବ ଶୀଘ୍ର ତାଙ୍କ ସ୍ଥାନ ନେବେ। ୫୦ବର୍ଷିୟ ଅବସରପ୍ରାପ୍ତ କର୍ଣ୍ଣଲ ୱାଲ୍ଟଜ ପୂର୍ବରୁ ଆମେରିକା ସେନାର ସ୍ୱତନ୍ତ୍ର ୟୁନିଟ ‘ଗ୍ରୀନ ବ୍ୟାରେଟ’ରେ କାର୍ଯ୍ୟ କରିଛନ୍ତି। ଓ୍ୱାଲ୍ଟଜ ଇରାନ ଓ ଚୀନ ଭଳି…

Read More