Author: Aradhana

ଆଇବିଡି-୪ ରନର୍ସ ଅପ୍ ଓଡ଼ିଶାର ଜଣେ ଫ୍ରି-ଷ୍ଟାଇଲ ଡ୍ୟାନ୍ସର ସମ୍ପ୍ରତି ସାରା ଭାରତରେ ଚହଳ ସୃଷ୍ଟି କରିଛନ୍ତି। ଜାତୀୟ ଟେଲିଭିଜନ ସୋନି ଟିଭିରେ ସଦ୍ୟ ପ୍ରକାଶିତ ରିୟଲିଟି ଶୋ’ ଇଣ୍ଡିଆସ୍‍ ବେଷ୍ଟ ଡ୍ୟାନ୍ସର(ଆଇବିଡି)ର ଚତୁର୍ଥ ସଂସ୍କରଣରେ ରନର୍ସ ଅପ ହୋଇଛନ୍ତି। ତାଙ୍କ ପ୍ରକୃତ ନାମ ସ୍ମୃତି ସ୍ୱରୂପ ପାତ୍ର। ଅବଶ୍ୟ ଉକ୍ତ କାର୍ଯ୍ୟକ୍ରମରେ ସେ ନେକ୍ସନ ନାମରେ ପରିଚିତ। ଆଇବିଡି-୪ରେ ସେ ଅନେକ ଦମ୍‍ଦାର ପ୍ରଦର୍ଶନ କରିଛନ୍ତି। ଶୋ’ର ବିଚାରପତି ଥିବା କରିସ୍ମା କାପୁର ମଧ୍ୟ ତାଙ୍କ ଫ୍ୟାନ ହୋଇଯାଇଛନ୍ତି। ଅନ୍ୟ ଦୁଇ ବିଚାରପତି ତଥା ବଲିଉଡ୍‍ କୋରିଓଗ୍ରାଫର ଗୀତା କପୁର ଓ ଟେରେନ୍ସ ଲୁଇସ ମଧ୍ୟ ନେକ୍ସନଙ୍କ ଡ୍ୟାନ୍ସ କୌଶଳକୁ ପ୍ରଶଂସା କରୁଛନ୍ତି। ନେକ୍ସନ ମାତ୍ର ୪ବଷୋ ତଳେ ପେସାଦାର ଡ୍ୟାନ୍ସରେ ପାଦ ରଖିଥିଲେ। ଏହା ପୂର୍ବରୁ ସେ ପାଠପଢ଼ା ସହ ଟ୍ରିକିଙ୍ଗ୍ (ଏକ ପ୍ରକାର ମାର୍ଶାଲ ଆର୍ଟ କୌଶଳ)ରେ ପ୍ରଶିକ୍ଷଣ ନେଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଅବସରରେ ଜଣେ…

Read More