Author: Aradhana

୩୬୦ ଦିନ ପରେ ଗ୍ରାଉଣ୍ଡକୁ ଫେରିଲେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତର ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ସାମି ଫିଟ୍‍ ହୋଇ ଖେଳ ଆରମ୍ଭ କରିଛନ୍ତି। ବେଙ୍ଗଲ ଓ ମଧ୍ୟ ପ୍ରଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏଲିଟ ଗ୍ରୁପ-ସି ରଣଜୀ ଟ୍ରଫି ମୁକାବିଲାରେ ସାମି ଖେଳୁଛନ୍ତି। ତାଙ୍କୁ ବେଙ୍ଗଲ ଏକଦଶରେ ସ୍ଥାନ ମିଳିଛି। ବେଙ୍ଗଲ ବ୍ୟାଟିଂ କରୁଥିବାରୁ ସାମି ଏପର୍ଯ୍ୟନ୍ତ ଗ୍ରାଉଣ୍ଡକୁ ଓହ୍ଲାଇ ନାହାନ୍ତି। ଗତ ଦିନିକିଆ ବିଶ୍ୱକପ ସମୟରେ ସେ ଆହତ ହୋଇଥିଲେ। ପରେ ତାଙ୍କ ଡାହଣ ପାଦ ଗଣ୍ଠି ଅଞ୍ଚଳରେ ଅସ୍ତ୍ରୋପଚାର କରାଯାଇଥିଲା। ଫିଟ ହେବା ପାଇଁ ତାଙ୍କୁ ପାଖା ପାଖି ବର୍ଷେ କାଳ ସମୟ ଲାଗିଥିଲା। ଦୀର୍ଘ ୩୬୦ଦିନ ପରେ ସେ ଘରୋଇ କ୍ରିକେଟ ଜରିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତାଙ୍କ ଖେଳିବା ଖବର ସମ୍ପ୍ରତି କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ବଢାଇ ଦେଇଛି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ୪ଟି ମ୍ୟାଚରୁ…

Read More