Author: Aradhana

 ୱାକାରୁ ଆସିଛି ଡ୍ରପ ଇନ୍ ପିଚ୍ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ । ପର୍ଥର ଅପ୍ଟସ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଇତି ମଧ୍ୟରେ ଭାରତୀୟ ଦଳ ପୁରୁଣା ୱାକା(ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ କ୍ରିକେଟ୍ ଆସୋସିଏସନ) ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଥିବାବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡର ପମୁଖ କ୍ୟୁରେଟରମାନେ ପ୍ରଥମ ଟେଷ୍ଟ ପାଇଁ ପେସ ବୋଲରଙ୍କୁ ସୁହାଇବା ଭଳି ଏକ ଘାତକ ପିଚ୍ ପସ୍ତୁତ କରିବାରେ ଲଗିଛନ୍ତି । ରାଗ ମସଲାରେ ପରିପୂର୍ଣ୍ଣ ଭାରତୀୟ ଖାଦ୍ୟ ଭଳି ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ ବ୍ୟାଟରଙ୍କ ମନରେ ଆତଙ୍କ ଖେଳାଇଦେବ ବୋଲି କ୍ୟୁରେଟର ଆଇଜାକ୍ ମ୍ୟାକଡୋନାଲ୍ଡ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପଥମ ଟେଷ୍ଟ ପାଇଁ ପସ୍ତୁତ କରାଯାଇଥିବା ପିଚ୍ ପେସ୍ ବୋଲରଙ୍କ ଉତ୍ସାହ ବଢାଇ ଦେବ । ମାତ୍ର ବ୍ୟାଟରମାନଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ । ଷ୍ଟାଡ଼ିୟମ୍ ପରିବର୍ତ୍ତନ…

Read More