Author: Aradhana

ଭାରତୀୟ ଖେଳାଳିଙ୍କ ଉପରେ ସ୍ୱତନ୍ତ୍ର ସଂଖ୍ୟା ଜୈସ୍ୱାଲ ନୂଆ କିଙ୍ଗ୍‍ ଆସନ୍ତା ୨୨ ତାରିଖରୁ ପର୍ଥରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ। ଏହାପୂର୍ବରୁ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ସେପଟେ ଘରୋଇ ଦଳର ସଦସ୍ୟମନେ ସେଫିଲ୍ଡ ସିଲ୍ଡ ଟୁର୍ଣ୍ଣାମେଣ୍ଟ ଓ ପାକିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଖେଳି ଭାରତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅଷ୍ଟ୍ରେଲିଆ ଗଣମାଧ୍ୟମ ମଧ୍ୟ ବାଦ ଯାଇନାହିଁ। ବର୍ଡର-ଗାଭାସ୍କର ଟ୍ରଫିର ଖବର ପ୍ରକାଶନ ପାଇଁ ଅଷ୍ଟ୍ରେଲିଆ ମିଡ଼ିଆ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆରେ ବହୁଳ ପ୍ରକାଶିତ ଦୈନିକ ‘ଦ ଡେଲି ଟେଲିଗ୍ରାଫ୍’ରେ ଭାରତୀୟ କ୍ରିକେଟରଙ୍କ ଉପରେ ୮ ପୃଷ୍ଠାର ସ୍ୱତନ୍ତ୍ର ସଂଖ୍ୟାକୁ ଦେଖି କ୍ରିକେଟେପ୍ରେମୀ ଚକିତ ହୋଇଛନ୍ତି । ପ୍ରଥମ ଥର ଏଭଳି ଦେଖିବାକୁ ମିଳିଛି । ଇଂରାଜୀ ଭାଷାରେ ପ୍ରକାଶିତ ଏହି ଖବର କାଗଜରେ ହିନ୍ଦୀ ଓ ପଞ୍ଜାବୀ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି। ଷ୍ଟାର ବ୍ୟାଟର ବିରାଟ…

Read More