Author: Aradhana

ଭାରତୀୟ ମହିଳା କ୍ରିକେଟ୍ ଦଳ ଆସନ୍ତା ମାସରେ ୪ଟି ସୀମିତ ଓଭର କ୍ରିକେଟ୍ ସିରିଜ ଖେଳିବା ନିଶ୍ଚିତ ହୋଇଛି । ୱେଷ୍ଟ ଇଣ୍ଡିଜ ଓ ଆୟର୍ଲାଣ୍ଡ ଦଳ ଭାରତ ଗସ୍ତରେ ଆସି ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବେ । ପ୍ରଥମେ ୱେଷ୍ଟ ଇଣ୍ଡିଜ୍ ମହିଳା ଦଳ ଭାରତ ଆସି ମୁମ୍ବାଇରେ ୩ଟି ଟି-ଟ୍ୱେଣ୍ଟି ଓ ବରୋଦାରେ ୩ଟି ଦିନିକିଆ ଖେଳିବ । ଡିସେମ୍ବର ୧୫, ୧୭ ଓ ୧୯ ତାରିଖରେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ । ଏହାପରେ ଡିସେମ୍ବର ୨୨, ୨୪ ଓ ୨୭ରେ ଉଭୟ ଦଳ ଦିନିକିଆ ସିରିଜ ଖେଳିବେ । ଜାନୁଆରୀରେ ଆୟର୍ଲାଣ୍ଡ ମହିଳା ଦଳ ଭାରତ ଗସ୍ତରେ ଆସି ରାଜକୋଟରେ ୩ଟି ଦିନିକିଆ ଖେଳିବ । ଜାନୁଆରୀ ୧୦, ୧୨ ଓ ୧୫ ତାରିଖରେ ୩ଟି ଯାକ ମ୍ୟାଚ୍ ଖେଳାଯିବ । ପ୍ରଥମ କରି ଆୟର୍ଲାଣ୍ଡ ମହିଳା ଦଳ ଭାରତ ଗସ୍ତରେ ଆସୁଛି । ୨୦୦୬…

Read More