Author: Aradhana

ଅଷ୍ଟ୍ରେଲିଆ ଗସ୍ତ ନିଶ୍ଚିତ ହୋଇନି ବୁମରା ନେବେ ନେତୃତ୍ତ୍ୱ ଆଉ ମାତ୍ର ସପ୍ତାହେ ସମୟ। ୨୨ ତାରିଖରୁ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯାତ୍ରା କରିନାହାନ୍ତି । ଏପର୍ଯ୍ୟନ୍ତ ତାଙ୍କର ଅଷ୍ଟ୍ରେଲିଆ ଗସ୍ତ ନିଶ୍ଚିତ ହୋଇନାହିଁ । କିନ୍ତୁ ରୋହିତ ବିଶ୍ରାମ ନନେଇ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେ ନିୟମିତ ଭାବେ ଉଭୟ ୱାଙ୍ଖଡ଼େ ଷ୍ଟାଡ଼ିୟମ ଓ ରିଲାଏନ୍ସ କର୍ପୋରେଟ ପାର୍କରେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ନିକଟରେ ସେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ମଧ୍ୟ ଅଭ୍ୟାସ କରିଥିଲେ । ରୋହିତଙ୍କ ପତ୍ନୀ ଋତିକା ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଥିବାରୁ ରୋହିତ ପ୍ରଥମ ଟେଷ୍ଟରେ ଅନୁପସ୍ଥିତ ରହିବେ ବୋଲି ପୂର୍ବରୁ ବିସିସିଆଇକୁ ଅବଗତ କରାଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇନାହିଁ । ଏପରିକି ରୋହିତ ଦ୍ୱିତୀୟ ଟେଷ୍ଟରେ ମଧ୍ୟ…

Read More