Author: Aradhana

୬ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୁଲିସ ଡେରାଡୁନର ଓଏନଜିସି ଛକରେ ସୋମବାର ରାତିରେ ଏକ ଦ୍ରୁତ ଗତିରେ ଆସୁଥିବା ମଲ୍ଟି ୟୁଟିଲିଟି ଭେଇକିଲ (ଏମୟୁଭି) ଇନୋଭା ଏକ କଣ୍ଟେନର ଟ୍ରକ୍ ସହ ଧକ୍କା ହେବା ଫଳରେ ୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶର ଚମ୍ବାର କୁନାଲ କୁକ୍ରେଜା (୨୩)ଙ୍କ ବ୍ୟତୀତ ଡେରାଡୁନର ଅନ୍ୟ ସମସ୍ତେ ଅତୁଲ ଅଗ୍ରୱାଲ (୨୪), ଋଷଭ ଜୈନ (୨୪), ନଭ୍ୟା ଗୋଏଲ (୨୩), କାମାକ୍ଷୀ (୨୦) ଓ ଗୁନୀତ (୧୯) ବୋଲି ଜଣାପଡ଼ିଛି। ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଯାଇଥିବା ସିଦ୍ଧେଶ ଅଗ୍ରୱାଲ (୨୫)ଙ୍କ ଅବସ୍ଥା ସ୍ଥିର ରହିଛି। ସେ ସମ୍ପ୍ରତି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହେଁ ଘଟଣା ସମ୍ପର୍କରେ ମନେ ପକାଇପାରୁନାହାନ୍ତି। କ୍ୟାଣ୍ଟ ଥାନାର ଇନ୍ସପେକ୍ଟର କେସି ଭଟ୍ଟ କହିଛନ୍ତି, ଗାଡ଼ିର ମାଲିକ ଉକ୍ତ ଏମୟୁଭି ଚଳାଉଥିଲେ। ସେ ମୃତ୍ୟୁବରଣ କରିଥିବାରୁ ଆମେ ଆଇନଗତ ବିକଳ୍ପ ଖୋଜୁଛୁ କାରଣ ମରଣୋତ୍ତର ଭାବେ କୌଣସି…

Read More