Author: Aradhana

ଭାରତୀୟ ଛାତ୍ର ଛାତ୍ରୀଙ୍କ ସଂଖ୍ୟାରେ ହ୍ରାସ ମୁଖ୍ୟ କାରଣ ୨୦% ହ୍ରାସ ପାଇଛି ଭାରତୀୟଙ୍କ ସଂଖ୍ୟା ବ୍ରିଟେନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। ଭାରତୀୟ ଛାତ୍ରଛାତ୍ରୀମାନେ ବ୍ରିଟେନର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆବେଦନ କରିବାକୁ ଆଉ ପସନ୍ଦ କରୁନାହାନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକ ପୂର୍ବରୁ କ୍ଷତିରେ ଚାଲୁଥିବାବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବର୍ତ୍ତିତ ମାନସିକତା ସେମାନଙ୍କ ଆର୍ଥିକ ସଙ୍କଟକୁ ଆହୁରି ବଢ଼ାଇ ଦେଇଛି। ବ୍ରିଟେନ୍ ଗୃହ କାର୍ଯ୍ୟାଳୟ ତଥ୍ୟ ଅନୁଯାୟୀ ୨୦୨୨-୨୩ରୁ ୨୦୨୩-୨୪ ମଧ୍ୟରେ ହୋଇଥିବା ଆଡମିସନରେ ଢେର ଅବନତି ହୋଇଛି। ଅଧ୍ୟୟନ ପାଇଁ ସ୍ୱୀକୃତି (ସିଏଏସ୍) ସମ୍ପର୍କିତ ରିପୋର୍ଟ ବା ଅଫିସ୍ ଫର୍ ଷ୍ଟୁଡେଣ୍ଟସ୍ (ଓଏଫ୍ଏସ୍) ବିଶ୍ଳେଷଣରୁ ଜଣାପଡିଛି ଯେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧,୩୯,୯୧୪ରୁ ୧,୧୧,୩୨୯କୁ ହ୍ରାସ ପାଇଛି। ନିକଟରେ କେତେକ ସହରରେ ଇମିଗ୍ରେସନ ବିରୋଧୀ ଦଙ୍ଗା, ସୀମିତ ଚାକିରି ସୁଯୋଗ ଏବଂ ନିରାପତ୍ତା ଭୟ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବ୍ରିଟେନରେ ଯାଇ ପାଠ ବଢିବାରୁ ବିମୁଖ କରିଛି। ଫଳରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ…

Read More