Author: Aradhana

ଟାଇସନଙ୍କ ଚାପୁଡ଼ାର ନେଲେ ପ୍ରତିଶୋଧ ଦୀର୍ଘ ଦିନ ଧରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ପ୍ରସିଦ୍ଧ ବକ୍ସର ମାଇକ ଟାଇସନଙ୍କ ପ୍ରତ୍ୟାବର୍ତ୍ତନ ବକ୍ସିଂ ମୁକାବିଲା ଅଗଣିତ ପ୍ରଶଂସକଙ୍କୁ ବ୍ୟଥିତ କରିଛି। ବିଶ୍ୱ ପ୍ରସିଦ୍ଧ ହେଭି ୱେଟ ବକ୍ସର ମାଇକ ଟାଇସନ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ପରାଜିତ ହୋଇଛନ୍ତି। ୫୮ବର୍ଷ ବୟସରେ ଟାଇସନ ବକ୍ସିଂ ରିଙ୍ଗକୁ ଓହ୍ଲାଇଥିଲେ। ସମ୍ନାରେ ଥିଲେ ୨୭ ବର୍ଷିୟ ଜେକ୍ ପଲ। ଉଭୟଙ୍କ ମଧ୍ୟରେ ଘମା ଘୋଟ ଲଢେଇ ହୋଇଥିଲା। ଶେଷରେ ସେ ଟାଇସନଙ୍କୁ ୭୯-୭୩ରେ ପରାସ୍ତ କରି ଆଉ ଏକ ବିଜୟକୁ ନିଜ ନାମରେ ସାମିଲ କରିଥିଲେ। ୨୦୨୪ର ସବୁଠାରୁ ବଡ଼ ବକ୍ସିଂ ମ୍ୟାଚ୍ ଭାବେ ପରିଗଣିତ ଏହି ମ୍ୟାଚ୍ ଶନିବାର ଟେକ୍ସାସର ଆର୍ଲିଂଟନ୍ ସ୍ଥିତ ଏଟିଆଣ୍ଡଟି ଷ୍ଟାଡିୟମରେ ଖେଳାଯାଇଥିଲା।  ୟୁଟ୍ୟୁବରରୁ ବକ୍ସର ପାଲଟିଥିବା ଜେକ୍ ପଲ୍ ଚମତ୍କାର ଖେଳ ପରିବେଷଣ କରିଥିଲେ। ଉଭୟଙ୍କ ମଧ୍ୟରୁ ଜେକଙ୍କ ପ୍ରଦର୍ଶନ ଉନ୍ନତ ଥିବା ସ୍ପଷ୍ଟ ହୋଇଯାଇଥିଲା ମ୍ୟାଚ୍ ଆଗେଇବା ସଙ୍ଗେ ସଙ୍ଗେ…

Read More