Author: NAZMEEN PARWEEN

ଭେନେଜୁଏଲା ପରେ ଗ୍ରୀନଲାଣ୍ଡ ଉପରେ ଆମେରିକାର ଆଖି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପୁଣିଥରେ ଗ୍ରୀନ୍‌‌ଲାଣ୍ଡକୁ ଅକ୍ତିଆର କରିବା ନେଇ କଥା ଉଠାଇଛନ୍ତି। ଗ୍ରୀନଲାଣ୍ଡ ଆମେରିକାର ସୁରକ୍ଷା ପାଇଁ ବେଶ୍‌‌ ମହତ୍ତ୍ୱପୂର୍ଣ୍ଣ ଓ ଏହି ଭୂଖଣ୍ଡକୁ ଅକ୍ତିଆର କରିବା ନିହାତି ଜରୁରୀ ବୋଲି ହ୍ୱାଇଟ୍‌‌ ହାଉସ୍‌‌ ମୁଖପାତ୍ର କାରୋଲିନ ଲେଭିଟ୍‌‌ କହିଛନ୍ତି। ଗ୍ରୀନଲାଣ୍ଡକୁ ଅକ୍ତିଆର କରିବା ନେଇ ବିଭିନ୍ନ ଉପାୟ ସନ୍ଧାନ କରାଯାଉଛି। ଆର୍କିଟିକ କ୍ଷେତ୍ରରେ ରୁଷ ଓ ଚୀନ୍‌‌ ସୈନ୍ୟଙ୍କ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ଏବେ ଏହାକୁ ରୋକିବାର ଆବଶ୍ୟକତା ଉପୁଜିଛି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ମଧ୍ୟ ଏକାଧିକ ବାର ଗ୍ରୀନଲାଣ୍ଡକୁ ଅକ୍ତିଆର କରିବା କଥା ଖୋଲାଖୋଲି କହିସାରିଛନ୍ତି। ଟ୍ରମ୍ପ ସୋମବାର କହିଥିଲେ ଯେ, ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗ୍ରୀନଲାଣ୍ଡ ବହୁତ ଜରୁରୀ। ଗ୍ରୀନ୍‌‌ଲାଣ୍ଡରେ ରୁଷି ଓ ଚୀନ୍‌‌ ସୈନିକଙ୍କ ଉପସ୍ଥିତି ଚିନ୍ତା ସୃଷ୍ଟି କରିଛି। ଆଗାମୀ ୨୦ ଦିନ ମଧ୍ୟରେ…

Read More