Author: Aradhana

 ସମଗ୍ର ବିଶ୍ୱରେ ୨୬ ପ୍ରତିଶତ ଯକ୍ଷ୍ମାରେ ରୋଗୀ ଓ ୨୯ ପ୍ରତିଶତ ଯକ୍ଷ୍ମାରେ ମୃତ୍ୟୁ ଭାରତରେ ହୋଇଥାଏ। ଏହା ସତ୍ତ୍ୱେ ଅନେକ ରାଜ୍ୟରେ ଯକ୍ଷ୍ମା ଔଷଧର ଅଭାବ ଦେଖାଦେଇଛି। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ଏହା ମାଇକୋବ୍ୟାକ୍ଟେରିୟମ ଟ୍ୟୁବରକ୍ଲୋସିସ୍ ନାମକ ଜୀବାଣୁ ଦ୍ୱାରା ହୋଇଥାଏ । ଏହି ଜୀବାଣୁ ବାୟୁ ମାଧ୍ୟମରେ ବ୍ୟାପି ଫୁସଫୁସକୁ ସଂକ୍ରମିତ କରିଥାଏ । ଯକ୍ଷ୍ମା ଏକ ସଂକ୍ରାମକ ରୋଗ କିନ୍ତୁ ସହଜରେ ବ୍ୟାପିନଥାଏ । ଯଦି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ସଂକ୍ରମିତଙ୍କ ଆଖପାଖରେ ରହିଥାଏ, ତେବେ ସେ ଏହି ରୋଗର ଶିକାର ହୋଇପାରେ । ଏହାର ବ୍ୟାକ୍ଟେରିଆ ସାଧାରଣତଃ ଫୁସଫୁସକୁ ପ୍ରଭାବିତ କରିଥାଏ । ତେବେ ବେଳେବେଳେ ମେରୁଦଣ୍ଡ, ମସ୍ତିଷ୍କ କିମ୍ବା କିଡନୀ ସମେତ ଅନ୍ୟ।ନ୍ୟ ଅଙ୍ଗ ମଧ୍ୟ ଏହାକୁ ପ୍ରଭାବିତ କରିଥାଏ । ଭାରତ ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ଲକ୍ଷ୍ୟ…

Read More