Author: Aradhana

Flipkart IPO Latest News: ମେ ୨୦୨୪ରେ କମ୍ପାନୀ ଫ୍ଲିପକାର୍ଟ ଏବଂ ଫୋନପେର ଆଇପିଓ ଆଣିବାକୁ ସଂକେତ ଦେଇଥିଲା । ଡିଜିଟାଲ ପେମେଣ୍ଟ ସହ ଜଡିତ ଏକ ଫିନଟେକ୍ କମ୍ପାନୀ ଫୋନପେ ମଧ୍ୟ ୱାଲମାର୍ଟର ମାଲିକାନାରେ ରହିଛି । ଦେଶର ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ କମ୍ପାନୀ ଫ୍ଲିପକାର୍ଟ ମଧ୍ୟ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ପାଇଁ ପ୍ରସ୍ତୁତ ହେଉଛି । ଆସନ୍ତା ୧୨ରୁ ୧୫ ମାସ ମଧ୍ୟରେ ଫ୍ଲିପକାର୍ଟର ଆଇପିଓ ବଜାରକୁ ଆସିବ ବୋଲି ଆଶା କରାଯାଉଛି। ଯଦି ଫ୍ଲିପକାର୍ଟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୁଏ, ତେବେ ଏହା ଇ-କମର୍ସ କ୍ଷେତ୍ର ସହ ଜଡିତ ସର୍ବବୃହତ କମ୍ପାନୀ ହେବ, ଯାହା ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ ଏବଂ ଫ୍ଲିପକାର୍ଟର ଆଇପିଓର ଆକାର ନୂତନ ଯୁଗର କମ୍ପାନୀମାନଙ୍କ ମଧ୍ୟରେ ସବୁଠାରୁ ବଡ ହୋଇପାରେ । କଂପାନିର ମୁଖ୍ୟକାର୍ଯ୍ୟାଳୟ ଭାରତକୁ ସ୍ଥାନାନ୍ତର ହେବ ସିଙ୍ଗାପୁରରେ ମୁଖ୍ୟାଳୟ ଥିବା ଫ୍ଲିପକାର୍ଟ ପ୍ରାଇଭେଟ୍ ଲିମିଟେଡର ଭାରତରେ ଏକ ସହାୟକ…

Read More