Author: NAZMEEN PARWEEN

ବଦଳିବ ରାଜ୍ୟ ସଚିବାଳୟର ଠିକଣା। ପଣ୍ଡିତ ଜବାହାରଲାଲ୍‍ ନେହରୁ ମାର୍ଗ ବା ସଚିବାଳୟ ମାର୍ଗରୁ ଉଠିଯିବ ରାଜ୍ୟ ଲୋକସେବା ଭବନ ଅଥବା ସଚିବାଳୟ। ବିଜେପି ସରକାର ଆସିବା ପରେ  ଏହିପରି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ଖାଲି ସେତିକି ନୁହେଁ ରାଜ୍ୟ ବିଧାନସଭାର ଠିକଣା ମଧ୍ୟ ବଦଳିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ଜାଣିଛନ୍ତି କି କେଉଁଠି ହେବ ନୂଆ ସଚିବାଳୟ ବା ଲୋକସେବା ଭବନ? ଆଉ କେଉଁଠିକୁ ଘୁଞ୍ଚିଯିବ ବିଧାନସଭା? ରାଜ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏନେଇ ଜାଗା ନିରୂପଣ କରାଯାଇଛି। ସେତୁ ନିଗମ ପକ୍ଷରୁ ଆପଶ୍ୟକ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହେବା ପରେ  ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ପ୍ରକଳ୍ପ ଲାଗି ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ନୂଆ ପ୍ରକଳ୍ପକୁ ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ସଚିବାଳୟ ଢାଞ୍ଚଳରେ କରାଯିବ।…

Read More