Author: NAZMEEN PARWEEN

ଭାରତୀୟ ରାଜନୀତିର ଇତିହାସରେ ଏକ ସମୟ ଥିଲା, ଯେତେବେଳେ କଂଗ୍ରେସ ଦଳରୁ ବାହାରିବା ଅର୍ଥ ନିଜର ରାଜନୈତିକ ଭବିଷ୍ୟତକୁ ଜଳାଞ୍ଜଳି ଦେବା ସହ ସମାନ ଥିଲା। କିନ୍ତୁ ଆଜି ସମୟର ଚକ୍ର ବଦଳି ଯାଇଛି। ବର୍ତ୍ତମାନ କଂଗ୍ରେସ ତ୍ୟାଗ କରିବା ଅନେକ ନେତାଙ୍କ ପାଇଁ “ରାଜନୈତିକ ଆତ୍ମହତ୍ୟା” ନୁହେଁ, ବରଂ ନିଜର ଅସ୍ତିତ୍ୱ ରକ୍ଷା ଓ କ୍ଷମତା ପରିସରରେ ରହିବାର ଏକ ସହଜ “ସର୍ଟକର୍ଟ” ପାଲଟିଛି। ଦଳର ଦୁର୍ବଳ ସାଂଗଠନିକ ଢାଞ୍ଚା ଏବଂ ନେତୃତ୍ୱର ଦ୍ୱନ୍ଦ୍ୱ ଯୋଗୁଁ ବିଶ୍ୱସ୍ତ କର୍ମୀ ମଧ୍ୟ ଆଜି ଦୋଦୁଲ୍ୟମାନ ଅବସ୍ଥାରେ ଅଛନ୍ତି। ଏହି ପରିବର୍ତ୍ତନ କେବଳ ଏକ ଦଳର ପତନକୁ ସୂଚାଉ ନାହିଁ, ବରଂ ଦର୍ଶାଉଛି ଯେ ଆଧୁନିକ ରାଜନୀତିରେ “ବିଚାରଧାରା” ଅପେକ୍ଷା “ରାଜନୈତିକ ସୁବିଧାବାଦ” ଅଧିକ ପ୍ରଭାବଶାଳୀ ହୋଇପାରିଛି। ମହାରାଷ୍ଟ୍ରର ଅମ୍ବରନାଥରେ ୧୨ ଜଣ କଂଗ୍ରେସ କାଉନସିଲରଙ୍କ ନିଲମ୍ବନ ଏବଂ ତା’ପରଦିନ ସିଧାସଳଖ ବିଜେପିରେ ପ୍ରବେଶ- ଏହା କେବଳ ଗୋଟିଏ ସ୍ଥାନୀୟ ଘଟଣା ନୁହେଁ।…

Read More