Author: Aradhana

ବଲିଉଡରେ ବାହାର ଲୋକଙ୍କ ସଂଘର୍ଷ ସମସ୍ତେ ଜାଣନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ଠାରୁ ଆରମ୍ଭ କରି ରାଜକୁମାର ରାଓ, ପଙ୍କଜ ତ୍ରିପାଠୀଙ୍କ ପର୍ଯ୍ୟନ୍ତ ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିସହିତ ଜଡ଼ିତ ନ ହେବାର ଦୁଃଖ ଭୋଗିବାକୁ ପଡିଛି । ପ୍ରତିଭାଶାଳୀ ହୋଇଥିଲେ ମଧ୍ୟ ଏହି କଳାକାରମାନେ ଷ୍ଟାର କିଡଙ୍କ ତୁଳନାରେ ଫିଲ୍ମ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ବହୁତ ସମୟ ନେଇଥିଲେ ଏବଂ ସେମାନେ ଏହାକୁ ଅନେକ ଥର ଖୋଲାଖୋଲି ଭାବେ ଉଲ୍ଲେଖ କରିଛନ୍ତି । ଆଜିକାଲି ବକ୍ସ ଅଫିସରେ ଜଣେ ବାହାର ଲୋକ ଲଗାତାର ସଫଳତାର ସିଡ଼ି ଚଢ଼ିଚାଲିଥିଲେ ମଧ୍ୟ ଏହା ସତ୍ତ୍ୱେ ତାଙ୍କୁ ଇଣ୍ଡଷ୍ଟ୍ରିର ଲୋକଙ୍କ ସମର୍ଥନ ମିଳୁନାହିଁ। ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୁଲ ଭୁଲୈୟା’ର ଫ୍ରାଞ୍ଚାଇଜ ଦାୟିତ୍ୱ ନେଇଛନ୍ତି କାର୍ତ୍ତିକ ଆର୍ଯ୍ୟନ । ସେ ଏହି ସଫଳ ଫ୍ରାଞ୍ଚାଇଜର ଦ୍ୱିତୀୟ ଏବଂ ତୃତୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ…

Read More