Author: Aradhana

Depression Disorder: ଆଜିର ଆଧୁନିକ ଜୀବନଶୈଳୀ ଅଧିକାଂଶ ଲୋକଙ୍କୁ ଡିପ୍ରେସନ ଆଡ଼କୁ ଟାଣି ନେଉଛି। ଆମ ଅଜାଣତରେ ଏହି ଭୟଙ୍କର ରୋଗ କେତେବେଳେ ଆମ ଭିତରେ ସୃଷ୍ଟି ହୋଇ ସାରିଥାଏ ଆମେ ଜାଣିପାରୁ ନାହୁଁ। ଏହି ପ୍ରବନ୍ଧଟି ପଢ଼ି ସାରିଲା ପରେ ଥରଟିଏ ନିଜକୁ ବିଶ୍ଳେଷଣ କରି ଦେଖନ୍ତୁ, ହୁଏତ ଆପଣଙ୍କୁ ବି ଏହା ଆକ୍ରାନ୍ତ କରିନାହିଁ ତ ? ମାନସିକ ଅବସାଦ ରୋଗକୁ ଆଧୁନିକ ଚିକିତ୍ସା ବିଜ୍ଞାନରେ ଡିପ୍ରେସନ୍ ବୋଲି କୁହାଯାଏ। ଏହା ଏକ ସରଳ ମାନସିକ ରୋଗ ହେଲେ ମଧ୍ୟ ଏହି ମାନସିକ ଅବସ୍ଥାର ପରିଣାମ ଅନେକ ସମୟରେ ଦୁଃଖଦାୟକ ହୋଇଥାଏ। ମାନସିକ ଅବସାଦଗ୍ରସ୍ତ ପୁରୁଷ ବା ସ୍ତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାର ଦେଖାଯାଇଥାଏ। ମାନସିକ ଅବସାଦଗ୍ରସ୍ତ ରୋଗୀଠାରେ କେତେକ ଲକ୍ଷଣ ଦେଖାଯାଇଥାଏ, ରୋଗୀ ସବୁବେଳେ ଚିନ୍ତା ଓ ନିରାଶା ମଧ୍ୟରେ ବୁଡ଼ିରହେ। ନିଜେ ହୀନମନ୍ୟତା ଅନୁଭବ କରେ। ସ୍ୱାଭାବିକ ଜୀବନକ୍ରିୟା ଅର୍ଥାତ୍ ଦୈନନ୍ଦିନ କାର୍ଯ୍ୟ…

Read More