Author: NAZMEEN PARWEEN

ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛତିଶଗଡ଼ ସରକାରଙ୍କ ଠାରୁ ଶିଖିବା ଦରକାର। ରାଜ୍ୟରେ ଶାଳୀନତା କେମିତି ରକ୍ଷା କରାଯାଏ ତାହା ଆମ ମନ୍ତ୍ରୀ, ସରକାର ଓ ପ୍ରଶାସନ ଶିଖିବା ଦରକାର। ଯାହା ଏବେ ଓଡିଶା ସରକାରଙ୍କ ପାଇଁ ଲଜ୍ୟାଜନକ ହୋଇଛି। ଆପଣମାନେ ଜାଣିଥିବେ ଗଲା ଦୁଇ ତିନ ଦିନ ଧରି ରାଜ୍ୟରେ ଓ ଛତିଶଗଡ଼ରେ ନିଶା ମହାରଣାଙ୍କ ଉପରକୁ ଚପଲ ମାରିବା, ଚେୟାର ଫିଙ୍ଗିବା ଘଟଣା ଅଧିକାଂଶ ଗଣମାଧ୍ୟମ ପାଇଁ ଭାରି ଜରୁରୀ ହୋଇପଡ଼ିଛି । ତେଣିକି ସମାଜ ଉପରେ ଏହାର କ’ଣ ପ୍ରଭାବ ପଡୁଛି ତାଙ୍କୁ କିଛି ଜଣାପଡୁନି । ଅନ୍ୟ ପକ୍ଷରେ ଆମ ସରକାର ଅର୍ଥାତ ଓଡ଼ିଶା ସରକାର ବାରମ୍ବାର ଏହିଭଳି ଅଶାଳୀନ ନାଚ ପାଇଁ ଜନମାନସରେ ନିନ୍ଦାର ପାତ୍ର ହେଉଛନ୍ତି । ନିନ୍ଦାର ପାତ୍ର ବୋଲି ଆମେ ଏଥିପାଇଁ କହୁଛୁ କାରଣ ନିଶାଙ୍କ ଭଳି ଯେଉଁମାନେ ଯାତ୍ରା ପଣ୍ଡାଲରେ ଏଭଳି ଉତ୍ପାତ ହେଉଛନ୍ତି, ସେମାନଙ୍କ ବିରୋଧରେ…

Read More