Author: Aradhana

ନଭେମ୍ବରରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସକୁ ଫେରିଛନ୍ତି ।ଡୋନାଲ୍ଡ ଟ୍ରମ୍ପ ପ୍ରାୟ ୬ ମାସ ତଳେ ଲୋୟର ମ୍ୟାନହାଟନ କୋର୍ଟରେ ବସିଥିଲେ ଏବଂ ବିଚାରପତିଙ୍କ ରାୟ ତାଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା । ସେ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟଠାରୁ ଅଳ୍ପ ଦୂରରେ ଥିବା ନ୍ୟୁୟର୍କ ଷ୍ଟକ ଏକ୍ସଚେଞ୍ଜ (ଏନୱାଇଏସଇ)ରେ ଗୁରୁବାର ଟ୍ରମ୍ପ ଘଣ୍ଟି ବଜାଇ ଅଧିବେଶନର ଶୁଭାରମ୍ଭ କରିବେ ଏବଂ ଟାଇମ୍ ମାଗାଜିନ୍ ଦ୍ୱାରା ତାଙ୍କୁ ପର୍ସନ ଅଫ୍ ଦି ଇୟର ନାମରେ ନାମିତ କରାଯିବ। ବ୍ୟବସାୟୀରୁ ରାଜନେତା ପାଲଟିଥିବା ଏହି ବ୍ୟକ୍ତିଙ୍କ ପାଇଁ ଏହି ସମ୍ମାନ ନ୍ୟୁୟର୍କ ସହ ତାଙ୍କ ଖରାପ ସମ୍ପର୍କର ଇତିହାସରେ ଏକ ନୂଆ ଅଧ୍ୟାୟ। ୪ ବର୍ଷ ପୂର୍ବେ ରାଷ୍ଟ୍ରପତି ନିର୍ବାଚନର ପରାଜୟକୁ ସ୍ୱୀକାର କରିବାକୁ ମନା କରିଥିବା ଟ୍ରମ୍ପଙ୍କ ଦୃଢ଼…

Read More