Author: Aradhana

ଚଳିତ ବର୍ଷ ନଭେମ୍ବରରେ ଦରଦାମ୍‌ ସ୍ଥିତିରେ ସାମାନ୍ୟ ସୁଧାର ଘଟିଛି। ଏହାର ପ୍ରଭାବରେ ଦେଶରେ ମୁଦ୍ରାସ୍ଫୀତି ହାର ୫.୪୮ ପ୍ରତିଶତକୁ ହ୍ରାସ ପାଇଛି। ଏହି ମାସରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ୬.୭୮ ପ୍ରତିଶତକୁ ଖସିଆସିଛି। ଅକ୍ଟୋବରରେ ତାହା ୭.୫୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ମୁଦ୍ରାସ୍ଫୀତିରେ ସୁଧାର ହୋଇଛି। ଅକ୍ଟୋବରରେ ଗ୍ରାମୀଣ ମୁଦ୍ରାସ୍ଫୀତି ୮.୨୩ ପ୍ରତିଶତ ଓ ସହରାଞ୍ଚଳରେ ୫.୫୮ ପ୍ରତିଶତ ଥିଲା। ନଭେମ୍ବରରେ ତାହା ଯଥାକ୍ରମେ ଯଥାକ୍ରମେ ୭.୪୪ ପ୍ରତିଶତ ଓ ୫.୦୮ ପ୍ରତିଶତକୁ ହ୍ରାସ ପାଇଛି। ଗତ ନଭେମ୍ବରରେ ଜାତୀୟ ସ୍ତରରେ ରସୁଣ, ଆଳୁ, ଫୁଲ କୋବି, ବନ୍ଧା କୋବି ଓ ନଡ଼ିଆ ତେଲ ଦାମ୍ ଖୁଚୁରା ବଜାରରେ ବଢ଼ିଥିଲା। କିନ୍ତୁ ଜିରା, ଅଦା ଓ ଶୁଖିଲା ଲଙ୍କା ଦାମ୍ କମ୍ ହୋଇଥିଲା। ପନିପରିବା, ଡାଲି, ଚିନି, ଚକୋଲେଟ, ଫଳ, ଅଣ୍ଡା, ଦୁଗ୍ଧ, ମସଲା, ପରିବହନ ଓ ଯୋଗାଯୋଗ ଏବଂ ବ୍ୟକ୍ତିଗତ…

Read More