Author: NAZMEEN PARWEEN

ଓଡ଼ିଶାର ପ୍ରଶାସନିକ ମହଲରେ ଆଜି “ପାଢ଼ୀ” ଶବ୍ଦଟି କେବଳ ଗୋଟିଏ ଉପନାମ ନୁହେଁ—ଏହା ଗୋଟିଏ ଧାରଣା, ଗୋଟିଏ ଛବି, ଏବଂ ଗୋଟିଏ ବିବାଦର ପରିଚୟ। ଯେତେବେଳେ ପ୍ରଶାସନିକ ମହଲର କେହି “ଟ୍ୱିଟର ପାଢ଼ୀ” କହନ୍ତି, ସେଥିରେ ସ୍ୱତଃସ୍ଫୁର୍ତ୍ତ ଭାବେ ଉଭା ହୋଇଯାଆନ୍ତି ଡ. ଅରବିନ୍ଦ ପାଢ଼ୀ। ଗତ କିଛିବର୍ଷ ଧରି ଡ. ପାଢ଼ୀ ତାଙ୍କ ସରକାରୀ କାର୍ଯ୍ୟରୁ ଅଧିକ, ସାମାଜିକ ଗଣମାଧ୍ୟମ—ବିଶେଷକରି ଟ୍ୱିଟରରେ ତାଙ୍କ ଉପସ୍ଥିତି ପାଇଁ ପରିଚିତ। ଜନସେବା ଯେଉଁଠି କାଗଜ, ଫାଇଲ୍, ନୀତି ଓ ଫିଲ୍‍ଡ କାମ ଚାହିଁଥାଏ, ସେଠି ଏହି ଅଧିକାରୀଙ୍କ ଦିନର ଅଧିକାଂଶ ସମୟ ଟ୍ୱିଟ, ରିଟ୍ୱିଟ ଓ ସ୍ୱପ୍ରଚାରରେ ବ୍ୟୟ ହେବା ଘଟଣା ସ୍ୱାଭାବିକ ଭାବେ ପ୍ରଶ୍ନ ଉଠାଏ। ସାମାଜିକ ମାଧ୍ୟମ: ସେବାର ଉପକରଣ ନା ସ୍ୱପ୍ରଚାରର ମଞ୍ଚ? ଗଣତନ୍ତ୍ରରେ ସାମାଜିକ ମାଧ୍ୟମ ଏକ ଶକ୍ତିଶାଳୀ ଉପକରଣ। ଏହା ମାଧ୍ୟମରେ ଶାସନ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରେ, ଅଭିଯୋଗ ଶୁଣିପାରେ, ଏବଂ ତ୍ୱରିତ…

Read More