Author: NAZMEEN PARWEEN

ସୋମବାର ଦିନ ମୋହନ ଚରଣ ମାଝୀ ବିଧାନସଭାରେ ଯେତେବେଳେ ମହିଳାଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧର ପରିସଂଖ୍ୟାନ ପ୍ରକାଶ କଲେ, ସେଥିରେ କେବଳ କିଛି ଶୁଷ୍କ ସଂଖ୍ୟା ନ ଥିଲା; ଥିଲା ଏକ ଭୟାବହ ସାମାଜିକ ଆଇନା। ଓଡ଼ିଶା ବିଧାନସଭା ମଧ୍ୟରେ ପ୍ରକାଶିତ ସେହି ତଥ୍ୟ ଆଜି ସମଗ୍ର ଓଡ଼ିଶା ପାଇଁ ଏକ ଚିନ୍ତା କରିବାର ବିଷୟ ହୋଇଛି। ଏହା କେବଳ ଅପରାଧର ତାଲିକା ନୁହେଁ—ଏହା ଏକ ରାଜ୍ୟର ନୈତିକ ସ୍ୱାସ୍ଥ୍ୟର ମାପକ ମାନଦଣ୍ଡ। ୨୦୨୫ ମସିହାରେ ୨,୯୯୪ଟି ବଳାତ୍କାର ମାମଲା, ୭,୩୮୨ଟି ଦୁଷ୍କର୍ମ ଘଟଣା—ଏହି ସଂଖ୍ୟାଗୁଡ଼ିକ ସାଧାରଣ ନୁହେଁ। ଏହା ସହ ୧,୧୮୩ଟି ଯୌନ ନିର୍ଯାତନା, ୧୧୫ଟି ବଳାତ୍କାର ଚେଷ୍ଟା, ୧,୪୪୮ଟି ସର୍ବସାଧାରଣରେ ଲୁଗା ଟାଣିବା ଘଟଣା, ୭,୩୭୮ଟି ମହିଳା ଅପହରଣ—ଏହା ଏକ ଅସୁସ୍ଥ ସମାଜର ଚିତ୍ରକୁ ପ୍ରକାଶିତ କରେ। ରିପୋର୍ଟରେ ୪,୩୬୧ଟି ଯୌତୁକ ସମ୍ବନ୍ଧୀୟ ନିର୍ଯାତନା, ୫,୪୧୯ଟି ଅଣ-ଯୌତୁକ ନିର୍ଯାତନା ମାମଲା ମଧ୍ୟ ଅଛି। ଏହା ଏକ ସ୍ପଷ୍ଟ ସଂକେତ—ନାରୀ…

Read More