Author: NAZMEEN PARWEEN

ଇତିହାସର କିଛି ଯୁଦ୍ଧ ମାନଚିତ୍ର ବଦଳାଇଥାଏ, କିଛି ଯୁଦ୍ଧ ସରକାରକୁ କ୍ଷମତାଚ୍ୟୁତ କରିଥାଏ, ଆଉ କିଛି ଯୁଦ୍ଧ ମଣିଷକୁ ଭିତରୁ ଭାଙ୍ଗି ଦେଇଥାଏ। ରୁଷ୍‍–ୟୁକ୍ରେନ ଯୁଦ୍ଧ ତୃତୀୟ ପ୍ରକାରର- ଯେଉଁଠି ଭୂମି ଅଳ୍ପ ବଦଳିଛି, କିନ୍ତୁ ମଣିଷର ମୂଲ୍ୟ ଅସୀମ ଭାବେ ଦିଆଯାଇଛି। ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧ ଏବେ କେବଳ ଦୁଇଟି ଦେଶ ମଧ୍ୟର ସଂଘର୍ଷ ନୁହେଁ; ଏହା ଆଧୁନିକ ଯୁଦ୍ଧର ଏକ ନିର୍ମମ ଆଇନା- ଯେଉଁଠି ଉନ୍ନତ ଅସ୍ତ୍ର, ଉପଗ୍ରହ, ଡ୍ରୋନ୍ ଓ ଆଧୁନିକ ଗୁପ୍ତଚର ବ୍ୟବସ୍ଥା ସତ୍ତ୍ୱେ ମୃତ୍ୟୁର ହାର କମୁନାହିଁ। ଆମେରିକାର ପ୍ରତିଷ୍ଠିତ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ (ସିଏସ୍‍ଆଇଏସ୍‍) ଯେଉଁ ଚିତ୍ର ଦେଖାଇଛି, ସେହି ଚିତ୍ର କୌଣସି ପ୍ରଚାର ନୁହେଁ, କୌଣସି ଭାବାବେଗ ମଧ୍ୟ ନୁହେଁ- ସେ ହେଉଛି ଏକ ନିର୍ମମ ହିସାବ। ଫେବୃଆରୀ ୨୦୨୨ ପରଠାରୁ ଏପର୍ଯ୍ୟନ୍ତ, ରୁଷ୍‍ ଓ ୟୁକ୍ରେନ ମିଶି…

Read More