Author: NAZMEEN PARWEEN

ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ଅଭିଯୋଗ ସାମ୍ନାକୁ ଆସିଛି, ଯାହା ଚିକିତ୍ସା ନୀତି ଓ ଦାୟିତ୍ୱକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି। ରାଜଧାନୀର ଏକ ନାମୀ ଘରୋଇ ହସ୍ପିଟାଲ ବିରୋଧରେ ଏକ ପରିବାର ଅଭିଯୋଗ କରିଛନ୍ତି—ତାଙ୍କ ପିତାଙ୍କ ମୃତ୍ୟୁ ପରେ ସାତଦିନ ପର୍ଯ୍ୟନ୍ତ ଚିକିତ୍ସା ଜାରି ରଖାଯାଇଥିଲା। ଏଭଳି ଖବର ଏବେ ସାମାଜଚିକ ଗଣମାଧ୍ୟମରେ ଘୁରି ବୁଲୁଛି। ପରିବାରର ଦାବି ଅନୁସାରେ, ରୋଗୀଙ୍କ ଅସୁସ୍ଥତା ଗୁରୁତର ଥିଲା ଏବଂ ସେ ଆଇସିୟୁରେ ଭର୍ତ୍ତି ଥିଲେ। କିନ୍ତୁ ସେମାନଙ୍କ ଅଭିଯୋଗ—ହସ୍ପିଟାଲ ପକ୍ଷରୁ ପ୍ରକୃତ ଅବସ୍ଥା ବିଷୟରେ ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ମୃତ୍ୟୁର ସମୟ ନେଇ ଅସ୍ପଷ୍ଟତା ରହିଥିବା ସହ, ବିଲ୍ ଓ ଚିକିତ୍ସା ଖର୍ଚ୍ଚ ଜାରି ରହିଥିଲା ବୋଲି ସେମାନେ କହିଛନ୍ତି। ଏହି ଅଭିଯୋଗ ଯଦି ସତ୍ୟ, ତେବେ ଏହା କେବଳ ଚିକିତ୍ସା ଅବହେଳା ନୁହେଁ—ଏହା ଏକ ନୈତିକ ସଙ୍କଟ। ରୋଗୀଙ୍କ ଜୀବନ ଓ ମୃତ୍ୟୁ ସମ୍ବନ୍ଧୀୟ ସୂଚନାରେ ସ୍ପଷ୍ଟତା ଓ ପାରଦର୍ଶିତା ଚିକିତ୍ସା…

Read More