Author: Aradhana

ଫେବୃଆରୀ ୧୬ ତାରିଖ ଦିନ କଟକ ବାରବାଟୀରେ ହେବାକୁ ଯାଉଛି ସେଲିବ୍ରିଟି କ୍ରିକେଟ ଲିଗ । ଏଥିପାଇଁ ୪ଟି ଟିମ କଟକ ଆସୁଛନ୍ତି ।  ଏନେଇ ସୂଚନା ଦେଇଛନ୍ତି ବଲିଉଡ୍ ନିର୍ଦ୍ଦେଶକ ବନି କପୁର ।  ଯେହେତୁ ବାରବାଟୀରେ ସେଲିବ୍ରିଟି ମ୍ୟାଚ୍ ହେବାକୁ ଯାଉଛି  ।  ଏନେଇ ବିଧାନସଭା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଦେଖା କରିବାକୁ ପହଞ୍ଚିଥିଲେ ବାପ ପୁଅ । ଏହାସହ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ଭେଟିଥିଲେ ବନି କପୁର ଓ ଅର୍ଜୁନ କପୁର। ଏହି ସାକ୍ଷାତ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକ ମାନେ ଉପସ୍ଥିତ ଥିଲେ । ୧୬ରେ ପଞ୍ଜାବ ଦ ଶେର ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ ଏବଂ ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଆଉ ଗୋଟିଏ ମ୍ୟାଚ ହେବ । …

Read More