Author: Aradhana

ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନରେ ପରିବର୍ତ୍ତନ ହୋଇଛି । ନନ୍ଦନକାନନର ଉନ୍ନତିମୂଳକ କାର୍ଯ୍ୟ ଚାଲୁଥିବା ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନରେ ପରିବର୍ତ୍ତନ କରାଯାଇଛି । ଫଳରେ ପର୍ଯ୍ୟଟକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ପର୍ଯ୍ୟଟକମାନେ ନନ୍ଦନକାନନ ମୁଖ୍ୟ ଫାଟକ ଦେଇ ସମ୍ମୁଖରେ ଥିବା ଟିକେଟ କାଉଣ୍ଟରରେ ଟିକେଟ କରି ପ୍ରବେଶ କରୁଥିଲେ । ଗୋଟିଏ ମାର୍ଗରେ ଆସି ଜୀବଜନ୍ତୁଙ୍କୁ ସଠିକ୍ ଭାବେ ଦେଖି ସେହି ମାର୍ଗରେ ଫେରୁଥିଲେ। ଏଥିରେ ବ୍ୟାଟେରୀ ଚାଳିତ ଗାଡ଼ି, ସଫାରୀ ଆଦି ଟିକେଟ ପାଇଁ ପର୍ଯ୍ୟଟକଙ୍କୁ କୌଣସି ଅସୁବିଧା ହେବାକୁ ପଡୁନଥିଲା । କିନ୍ତୁ ନନ୍ଦନକାନନର କାଞ୍ଜିଆ ଲେକ ସଂଲଗ୍ନରେ ଡ୍ରେନ ନିର୍ମାଣ ପାଇଁ ହେଉଥିବା କାର୍ଯ୍ୟ ଯୋଗୁଁ ପର୍ଯ୍ୟଟକ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବର୍ଷା ଦିନେ କାଞ୍ଜିଆର ଜଳସ୍ତର ବୃଦ୍ଧି ପାଇ ନନ୍ଦନକାନନ ମଧ୍ୟରେ ପ୍ରବେଶ କରୁଥିବାରୁ ଏହାର…

Read More