Author: Purva Paksha

ମାଗଣା ଯୋଜନା ଧାରାକୁ ନେଇ ସୁପ୍ରିମକୋର୍ଟ ଚିନ୍ତିତ ହୋଇ ବୁଧବାର ସମସ୍ତ ରାଜନୈତିକ ଦଳକୁ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ ଏଭଳି ଯୋଜନା ଆମେ ପରଜୀବୀ ଶ୍ରେଣୀ ସୃଷ୍ଟି କରୁଛୁ। ଦୁର୍ଭାଗ୍ୟବଶତଃ, ଏହି ମାଗଣା ସାମଗ୍ରୀ ଯୋଗୁଁ ଲୋକମାନେ କାମ କରିବାକୁ ରାଜି ନୁହଁନ୍ତି। ଏହି ପ୍ରରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୨୪ ମଇ ମାସ ସୁଦ୍ଧା ସର୍ବ ଭାରତୀୟ ସ୍ତରରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ରାଜ୍ୟ ଜିଡିପିର ସର୍ବାଧିକ ୪.୪ ପ୍ରତିଶତ ଖର୍ଚ୍ଚ କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ମାଆ ପେଟରେ ଶିଶୁଟି ପ୍ରାଣ ସଞ୍ଚାର କରିବା ସମୟଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଅନେକ ମାଗଣା ଯୋଜନା ଲାଗୁ କରିଥିଲେ। ଏହା ପଛର ଉଦେ୍ଦଶ୍ୟ ଥିଲା ଭୋଟରଙ୍କୁ ମାଗଣା ଉପହାର ଦେଇ କ୍ଷମତା ରାଜନୀତିରେ ତିଷ୍ଠି ରହିବା। ଏହି…

Read More