Author: Purva Paksha

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାର ନିଜଦ୍ୱାରା ବ୍ୟବହୃତ ଶବ୍ଦ ପାଇଁ ସମାଲୋଚନାର ପାତ୍ର ହୋଇଛନ୍ତି। ଏପରିକି ଏହି ଶବ୍ଦକୁ ଫେରାଇ ନେଲେ ବୋଲି ମଧ୍ୟ ଗୃହରେ କହିଛନ୍ତି। ଜାତୀୟ ଶିକ୍ଷା ନୀତି ଲାଗୁ କରିବା ନେଇ ତାମିଲନାଡୁ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି ବୋଲି କହିବାବେଳେ ଉତ୍ତେଜିତ ହୋଇ ତାମିଲନାଡୁ ସରକାର ଏବଂ ଏହାର ଜନତାଙ୍କ ପାଇଁ ଅନ୍‍ସିଭିଲାଇଜଡ୍‍ ତଥା ଅସଭ୍ୟ  ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା ଏବଂ ବାଧ୍ୟ ହୋଇ ବାଚସ୍ପତିଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଆଜି ବଜେଟ୍‍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭରୁ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗରେ ଗୃହ ସରଗରମ ହୋଇଥିଲା। ତାମିଲନାଡୁର ଜଣେ ସଂସଦ ଡ.  ସୁମତି ତାଙ୍କ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁନାହାନ୍ତି ବୋଲି କହିଥିଲେ। ଏହାର ଉତ୍ତର ଦେବାଲାଗି ଧର୍ମେନ୍ଦ୍ର ପ୍ରଧାନ ଠିଆ ହୋଇଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଦେଶର ବିଭିନ୍ନ…

Read More