Author: Purva Paksha

ନୂଆପଡ଼ା ନିର୍ବାଚନ ଲାଗି ରାଜନୀତିକ ଦଳମାନଙ୍କର ପ୍ରସ୍ତୁତି ଏବେ ଶୀର୍ଷ ପର୍ଯ୍ୟାୟରେ। ପ୍ରାର୍ଥୀ ପ୍ରସ୍ତୁତ, ଲଢ଼େଇର ତାରିଖ ନିଶ୍ଚିତ। ଭୋଟର ବି ବିଭିନ୍ନ ପକ୍ଷର ପ୍ରଚାର ଶୁଣିବାକୁ ଏବେ ଅପେକ୍ଷାରେ। ଏ ଭିତରେ କିନ୍ତୁ ବାଜି ଲାଗିଛି ନବୀନ ପଟ୍ଟନାୟକଙ୍କ ପ୍ରତିଚ୍ଛବି। ଯାହାକୁ ଆମେ  ନବୀନ ବ୍ରାଣ୍ଡ ବୋଲି କହୁଛୁ। ୨୦୨୪ ନିର୍ବାଚନ ମଇଦାନରେ ଏହି ବ୍ରାଣ୍ଡ ନିମ୍ନଗାମୀ ହୋଇଥିବା ଆଲୋଚନା ହୋଇଛି। କ୍ଷମତାରୁ ବିଜେଡି ବାହାର ହେବା, ନବୀନ ନିଜେ କଣ୍ଟାବାଞ୍ଝିରୁ ଜଣେ ସାଧାରଣ କର୍ମୀଙ୍କଠାରୁ ହାରିବା, ବିରୋଧୀ ଦଳରେ ବସି ମଧ୍ୟ ଦାୟିତ୍ୱ ତୁଲାଇ ନ ପାରିବା ଭଳି ଅନେକ ଅଭିଯୋଗ ତାଙ୍କ ନାଁରେ ହୋଇଛି। ହେଲେ ନୂଆପଡ଼ା ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିବାବେଳକୁ, ସେ ଯେତିକି ଶକ୍ତି ଦେଖାଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ଆଜି ବି ନବୀନ ପଟ୍ଟନାୟକ ୮୦ ବର୍ଷ ବୟସରେ ଓଡ଼ିଶା ରାଜନୀତିରେ ଓହ୍ଲାଇଲେ କେଡ଼େ କେଡ଼େ ବ୍ୟକ୍ତି ତାଙ୍କ ଆଞ୍ଚରେ ସେକି…

Read More