Author: Purva Paksha

କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ରାଜ୍ୟସଭାରେ ଦିଆଯାଇଥିବା ଲିଖିତ ଉତ୍ତର ଏହି ଯଥାର୍ଥକୁ ସଂଖ୍ୟାରେ ପରିଣତ କରିଛି। ଗତ ତିନିବର୍ଷ (୨୦୨୩ ଜାନୁଆରୀରୁ ୨୦୨୬ ଜାନୁଆରୀ) ମଧ୍ୟରେ ଓଡ଼ିଶାରେ ଜଙ୍ଗଲ ଜମି ଅଧିକାର ପାଇଁ ୧ ଲକ୍ଷ ୨୪ ହଜାର ୩୦୦ ଆବେଦନ ହୋଇଛି। କିନ୍ତୁ ସେଥିରୁ ମାତ୍ର ୧୧,୫୨୧ ଜଣଙ୍କୁ ପଟ୍ଟା ପ୍ରଦାନ ହୋଇଛି। ଅର୍ଥାତ୍ ପ୍ରାୟ ୧୦ ପ୍ରତିଶତ ସଫଳତା ଓ ୯୦ ପ୍ରତିଶତ ଆବେଦନକାରୀ ଏପର୍ଯ୍ୟନ୍ତ ଅପେକ୍ଷାରେ। ଓଡ଼ିଶାର ରାଜନୈତିକ ପରିଦୃଶ୍ୟରେ ଆଦିବାସୀ ପ୍ରତିନିଧିତ୍ୱ ଆଜି ଏକ ଗର୍ବର ଚିତ୍ର ଭାବେ ଦେଖାଯାଏ। ଦେଶର ପ୍ରଥମ ନାଗରିକ ଆଦିବାସୀ ସମ୍ପ୍ରଦାୟରୁ, ରାଜ୍ୟର ଶୀର୍ଷ ପଦରେ ଆଦିବାସୀ ନେତୃତ୍ୱ, ମନ୍ତ୍ରିମଣ୍ଡଳରେ ଆଦିବାସୀ ମୁହଁ—ଏସବୁ ଚିତ୍ର ରାଜ୍ୟର ରାଜନୀତିକ ଗାଥାକୁ ଏକ ନୂଆ ପରିଚୟ ଦେଇଛି। କିନ୍ତୁ ଏହି ପ୍ରତୀକାତ୍ମକ ଉନ୍ନତିର ଆଡ଼ରେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲକ୍ଷାଧିକ ଆଦିବାସୀଙ୍କ ଜୀବନରେ ଏକ ଅନ୍ୟ ଯଥାର୍ଥ ଚିତ୍ର ଦେଖାଯାଉଛି—ଅଧିକାର…

Read More