Author: Purva Paksha

ଭାରତୀୟ ନିର୍ବାଚନ କମିଶନ ରାଜ୍ୟସଭା ନିର୍ବାଚନ ସୂଚୀ ବୁଧବାର ଘୋଷଣା କରିଛନ୍ତି। ଏହି ଘୋଷଣାର କିଛି ସମୟ ପରେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ତାଙ୍କ ଦଳ ଜଣେ ଦଳୀୟ ନେତାଙ୍କୁ ପ୍ରାର୍ଥୀ କରିବ। ରାମଚନ୍ଦ୍ର କାଡାମଙ୍କ ଏହି ଘୋଷଣା କରିବା ପରେ ଆଗାମୀ ମାର୍ଚ୍ଚ ୧୬ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଶାସକ ଦଳ ବିଜେପି ୪ଟି ଆସନ ମଧ୍ୟରୁ ୩ଟି ନିଶ୍ଚିତ ନେବ ବୋଲି ସ୍ପଷ୍ଟ ହୋଇଯାଇଛି। ବିଜେପି କିପରି ୪ଟିରୁ ୩ଟି ଆସନରେ ବିଜୟୀ ହେବ ସେ ନେଇ ବିଜୁ ଜନତା ଦଳ ସହିତ ବିଜେପି ଚାଣକ୍ୟ ଅମିତ୍‍ ଶାହ ଆଗାମୀ ୭ ତାରିଖ ଓଡ଼ିଶା ଗସ୍ତ ସମୟରେ ଡିଲ କରିବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। କାରଣ କଂଗ୍ରେସକୁ ଆଗକୁ ବଢ଼ିବାକୁ ନ ଦେବା ପାଇଁ ଉଭୟ ବିଜେପି ଓ ବିଜେଡି ରଣନୀତି ପ୍ରସ୍ତୁତ କରୁଛନ୍ତି। ଭାରତୀୟ ସଂସଦୀୟ…

Read More