Author: Purva Paksha

Saraswati Puja: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ପାଳନ ପାଇଁ ଫେବ୍ରୁଆରି ୨ ତାରିଖ ଧାର୍ଯ୍ୟ କରାଯାଇଛି। ଓଡ଼ିଶାରେ ସରସ୍ୱତୀ ପୂଜାକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ସରସ୍ୱତୀ ପୂଜା ପାଳନର ସଠିକ ତାରିଖକୁ ନେଇ ସାରାଓଡ଼ିଶାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବେ ଶେଷ ହୋଇଛି। ଏହି ତାରିଖକୁ ନେଇ ବିବାଦ ଉପୁଜିବା ପରେ ଫେବ୍ରୁଆରି ୨ କିମ୍ବା ୩ ତାରିଖରେ ପୂଜା ପାଳନ କରାଯିବ କି ନାହିଁ ସେ ନେଇ ଲୋକମାନେ ନିଶ୍ଚିତ ହୋଇନଥିଲେ। ଭିନ୍ନ ଭିନ୍ନ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ତାରିଖ ଥିବାରୁ ବିବାଦ ଉପୁଜିଥିଲା। ତେବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ପାଳନ ପାଇଁ ଫେବ୍ରୁଆରି ୨ ତାରିଖ ଧାର୍ଯ୍ୟ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିରର ନୀତି ପ୍ରସାକାର (ପ୍ରଶାସକ, ରୀତିନୀତି)ର ସଦ୍ୟତମ ଅପଡେଟ୍ ଅନୁଯାୟୀ ଫେବ୍ରୁଆରି ୨ (ରବିବାର) ରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟୀକରଣ ଜାରି କରାଯାଇଛି।…

Read More