Author: Purva Paksha

ଓଡ଼ିଶାର ବିକାଶ ଧାରାକୁ ଆହୁରି ବେଗବାନ କରିବା ପାଇଁ ରାଜ୍ୟ ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି । ଏହି ବଜେଟରେ ସାଧାରଣ ଜନତାଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ଏକ ଆଧୁନିକ ଓ ସାଂସ୍କୃତିକ ହବ୍ ଭାବେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖାଯାଇଛି । ସରକାରଙ୍କ ୧୬ଟି ପ୍ରମୁଖ ନୂତନ ଯୋଜନା ଭିଭି ଜି ରାମ ଜୀ: ଏହି ବଡ଼ ପ୍ରକଳ୍ପ ପାଇଁ ୫,୫୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବିଛିନ୍ନ ଅଞ୍ଚଳକୁ ଯୋଗାଯୋଗ: ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ୧,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସମୃଦ୍ଧ ଅଙ୍ଗନବାଡି ଯୋଜନା: ଶିଶୁ ଓ ମହିଳା କଲ୍ୟାଣ ପାଇଁ ୬୩୫ କୋଟି ଟଙ୍କା ଧାର୍ଯ୍ୟ ହୋଇଛି । କୃଷି ଓ ଷ୍ଟୋରେଜ୍: ଶସ୍ୟ ସଂରକ୍ଷଣ ପାଇଁ ୱାର୍ଲଡ ଗ୍ରେନ୍ ଷ୍ଟୋରେଜ ପ୍ଲାନ୍ (୨୪୦ କୋଟି) ଏବଂ ଚାଷୀଙ୍କ ସୁବିଧା…

Read More