ସଂସଦର କାର୍ଯ୍ୟଶୈଳୀକୁ ନେଇ ରାହୁଲଗାନ୍ଧିଙ୍କ ସମାଲୋଚନା ଉପରେ ଗୃହମନ୍ତ୍ରୀ କହିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳ ନେତା ବୋଧହୁଏ ଜାଣନ୍ତି ନାହିଁ ଯେ ଗୃହରେ କହିବା ପାଇଁ କିଛି ନିୟମ ରହିଛି, ଯାହାକି ଇଚ୍ଛା ଅନୁସାରେ ଚାଲିପାରିବ ନାହିଁ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଲୋକସଭାରେ ଭାଷଣ ଦେବା ପାଇଁ ନିର୍ଦ୍ଧାରିତ ସମୟରେ ବିରୋଧୀ ଦଳ ନେତା ଭିଏତନାମରେ ଥିଲେ।
କର୍ଣ୍ଣାଟକର କଂଗ୍ରେସ ସରକାର ଘୋଷଣା କରିଥିବା ଚୁକ୍ତିରେ ୪ ପ୍ରତିଶତ ସଂରକ୍ଷଣ ମୁସଲମାନମାନଙ୍କ ପାଇଁ ଲଲିପପ୍ ବୋଲି ଶାହା ବର୍ଣ୍ଣନା କରିଛନ୍ତି। ‘ଟାଇମ୍ସ ନାଓ ସମ୍ମିଳନୀ ୨୦୨୫’ରେ ଯୋଗଦେଇ ଶାହା କହିଛନ୍ତି ଯେ ଧର୍ମ ଆଧାରରେ କୌଣସି ସଂରକ୍ଷଣ ସମ୍ବିଧାନର ଉଲ୍ଲଂଘନ ଏବଂ ଅଦାଲତ ଏହାକୁ ରଦ୍ଦ କରିବେ। ଧର୍ମ ଆଧାରରେ ଯେକୌଣସି ସଂରକ୍ଷଣକୁ ଆମେ ଦୃଢ଼ ବିରୋଧ କରୁଛୁ ବୋଲି ସେ କହିଛନ୍ତି।
ସଂସଦର କାର୍ଯ୍ୟକାରିତାକୁ ନେଇ ରାହୁଲ ଗାନ୍ଧିଙ୍କ ସମାଲୋଚନା ଉପରେ ଗୃହମନ୍ତ୍ରୀ କହିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳ ନେତା ବୋଧହୁଏ ଜାଣନ୍ତି ନାହିଁ ଯେ ଗୃହରେ କହିବା ପାଇଁ କିଛି ନିୟମ ରହିଛି, ଯାହାକି ଇଚ୍ଛା ଅନୁସାରେ ଚାଲିପାରିବ ନାହିଁ।
ବଜେଟ୍ ଉପରେ ଆଲୋଚନାରେ ରାହୁଲ ଗାନ୍ଧୀଙ୍କୁ ୪୨ ପ୍ରତିଶତ ସମୟ ଦିଆଯାଇଥିଲା। କିଏ କହିବ ତାହା ତାଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ଯେତେବେଳେ ସଂସଦରେ ଗମ୍ଭୀର ଆଲୋଚନା ଚାଲିଥିଲା, ସେତେବେଳେ ସେ ଭିଏତନାମରେ ଥିଲେ ଏବଂ ଫେରିବା ପରେ ସେ ନିଜ ଇଚ୍ଛା ଅନୁଯାୟୀ କହିବାକୁ ଜିଦ୍ କରିବା ଆରମ୍ଭ କରିଥିଲେ ବୋଲି ଶାହା କହିଛନ୍ତି।
ସେ କହିଛନ୍ତି ଯେ ସଂସଦ ନିୟମ ଏବଂ ପ୍ରକ୍ରିୟା ଅନୁଯାୟୀ ଚାଲିଥାଏ, କଂଗ୍ରେସ ଦଳ ପରି ନୁହେଁ, ଯାହା ଏକ ପରିବାର ଦ୍ୱାରା ପରିଚାଳିତ ହୁଏ ଏବଂ “ଯେଉଁଠାରେ ଆପଣ ଯେତେବେଳେ ଚାହିଁବେ କହିପାରିବେ”।
ମୁଁ ଦୁଃଖର ସହ କହୁଛି କିନ୍ତୁ ସେମାନଙ୍କୁ ନିୟମ ମାନିବାକୁ ପଡ଼ିବ ବୋଲି ଶାହ କହିଛନ୍ତି।
ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କଂଗ୍ରେସର ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ଶାହା କହିଛନ୍ତି ଯେ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରୁଛନ୍ତି। ଯଦି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା, ତେବେ ସେମାନେ (କଂଗ୍ରେସ ନେତାମାନେ) ଜେଲରେ ରହିଥାନ୍ତେ।
କର୍ଣ୍ଣାଟକ ସରକାର ଚୁକ୍ତି ଭିତ୍ତିରେ ମୁସଲମାନମାନଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ପ୍ରସଙ୍ଗରେ ଶାହା କହିଛନ୍ତି ଯେ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ଧର୍ମ ଆଧାରରେ ଠିକାଦରୀ ଦେବାକୁ ଚାହୁଁଛି, କିନ୍ତୁ ଧର୍ମ ନୁହେଁ ଗୁଣବତ୍ତା ଏବଂ ମୂଲ୍ୟ ଆଧାରରେ ଠିକାଦାରୀ ଦିଆଯିବା ଉଚିତ।
ଜାତିଗତ ଜନଗଣନା ପାଇଁ କଂଗ୍ରେସର ଦାବି ଉପରେ ଗୃହମନ୍ତ୍ରୀ କହିଛନ୍ତି ଯେ ଅତୀତରେ ବିରୋଧୀ ଦଳ ନିଜେ ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ। ୨୦୧୧ରେ ସେମାନେ (କଂଗ୍ରେସ) ଜାତିକୁ ନେଇ ସର୍ଭେ କରିଥିଲେ ମଧ୍ୟ ଏହାର ଫଳାଫଳ ଘୋଷଣା କରିନଥିଲେ।
ଜାତିଗତ ଜନଗଣନା ପାଇଁ କ’ଣ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ ସେ ନେଇ ଆମେ ବର୍ତ୍ତମାନ ଏକ ଆଭ୍ୟନ୍ତରୀଣ ବିଶ୍ଳେଷଣ କରୁଛୁ । ଏହାକୁ ଚୂଡ଼ାନ୍ତ କରିବା ପରେ ଆମେ ଏହାକୁ କିପରି ଆଗକୁ ବଢ଼ାଇପାରିବା ତାହା ଦେଖିବୁ ବୋଲି ସେ କହିଛନ୍ତି।
Also readhttps://purvapaksa.com/pandiyans-wife-quits-job-what-will-happen-to-the-bjd/


