- ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଏହି ୩ ଖେଳାଳି ମଧ୍ୟ ଅବସର ନେଇପାରନ୍ତି
ଭାରତୀୟ କ୍ରିକେଟ୍ ଦଳ ଏବେ ଏକ ପରିବର୍ତ୍ତନ ପର୍ଯ୍ୟାୟରେ ପହଞ୍ଚିଛି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ଡ୍ର ହେବା ପରେ ରବିଚନ୍ଦ୍ରନ ଅଶ୍ୱିନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ୍ ଅବସର ନେଇ ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଦଳରେ ଆଉ କିଛି ସିନିୟର ଖେଳାଳି ମଧ୍ୟ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି। ଆମେ ଆପଣଙ୍କୁ ସେହି ୩ ଜଣ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ଓ ଯେକୌଣସି ସମୟରେ ଅବସର ଘୋଷଣା କରିପାରିବେ ।
ରୋହିତ ଶର୍ମା
ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଯେକୌଣସି ସମୟରେ ଅବସର ଘୋଷଣା କରିପାରନ୍ତି। ୩୭ ବର୍ଷୀୟ ରୋହିତ ଟେଷ୍ଟରେ ବହୁତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ବଡ଼ ଇନିଂସ ଖେଳିବାରେ ସେ କ୍ରମାଗତ ଭାବେ ଫ୍ଲପ୍ ହେଉଛନ୍ତି। ରୋହିତ ମଧ୍ୟ ଟି-୨୦ରୁ ଅବସର ନେଇଛନ୍ତି।
ବିରାଟ କୋହଲି
୩୬ ବର୍ଷୀୟ ବିରାଟ କୋହଲି ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଶୀଘ୍ର ଅବସର ନେଇପାରନ୍ତି। ବିଶ୍ୱର ଏହି ଶ୍ରେଷ୍ଠ ବ୍ୟାଟର ଆଜି ରନ ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କ ପ୍ରଦର୍ଶନରେ ଆଉ ସେହି ଚମକ ନାହିଁ। ବିରାଟ ଲଗାତାର ରନ୍ କରିବାରେ ବିଫଳ ହେଉଛନ୍ତି। ମଝିରେ ସେ ବଡ଼ ଇନିଂସ ଖେଳୁଥିଲେ ହେଁ ଅନେକ ସମୟରେ ଛୋଟ ଛୋଟ ସ୍କୋର କରି ଆଉଟ୍ ହେଉଛନ୍ତି। ଇଯାଆନ୍ତି। ଅଶ୍ୱିନଙ୍କୁ ଦେଖିବା ପରେ କୋହଲି ମଧ୍ୟ ଅବସର ନେବାକୁ ମନ ସ୍ଥିର କରିପାରନ୍ତି।
ରବୀନ୍ଦ୍ର ଜାଡେଜା
୩୬ ବର୍ଷୀୟ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅବସର ଖେଳାଳି ତାଲିକାରେ ସାମିଲ ଅଛନ୍ତି। ତେବେ ବ୍ରିସବେନ ଟେଷ୍ଟରେ ସେ ୭୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ବାକି ୨ଟି ଟେଷ୍ଟ ପାଇଁ ସେ ଦଳରେ ସ୍ଥାନ ସୁରକ୍ଷିତ ରଖିଛନ୍ତି। ମାତ୍ର ବର୍ଡର-ଗାଭାସ୍କର ଟ୍ରଫି ପରେ ସେ ଅବସର ଟେଷ୍ଟ କ୍ରିକେଟରୁ ଅବସର ନେବକୁ ଚିନ୍ତା କରିପାରନ୍ତି। ଜାଡେଜା ମଧ୍ୟ ଟି-୨୦ ଫର୍ମାଟରୁ ଅବସର ନେଇଛନ୍ତି। ଆଗାମୀ ପିଢ଼ିକୁ ସୁଯୋଗ ଦେବା ପାଇଁ ଏହି ତିନି ଖେଳାଳି ଏବେ ଏହି ପଦକ୍ଷେପ ନେଇପାରନ୍ତି।
PREVIOUS ARTICLE: https://purvapaksa.com/the-veteran-spinner-has-seen-his-time-limited-with-the-emergence-of-sundar-nitish/