Asha Bhosale: ଭେଟେରାନ ଗାୟକ ଆଶା ଭୋସଲେ ୯୧ ବର୍ଷ ବୟସରେ ମଧ୍ୟ ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କେବଳ କରଣ ଅଜଲାଙ୍କ ହିଟ୍ ଗୀତ ‘ତୌବା ତୌବା’କୁ ଏକ ଉତ୍କୃଷ୍ଟ ଶୈଳୀରେ ଗାଇଥିବାର ଦେଖାଯାଇ ନଥିଲେ ବରଂ ଏହା ସହିତ ଚମତ୍କାର ନୃତ୍ୟ ପରିବେଷଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତାଙ୍କର ଲାଇଭ୍ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଛି ।
କାର୍ଯ୍ୟକ୍ରମରେ ଉପସ୍ଥିତ ଫ୍ୟାନ୍ସ ଆଶାଙ୍କ ଏହି ଡ୍ୟାନ୍ସ ଦେଖି ଖୁସିରେ ଝୁମିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଏହି ଗୀତର ରାଇଟର କରଣ ଔଜଲା ନିଜ ପ୍ରତିକ୍ରିୟା ରଖିଛନ୍ତି ।
କରଣ ଆଶାଙ୍କ କନସର୍ଟର ଫଟୋ ସେୟାର କରି ଲେଖିଛନ୍ତି, ଏହି ଗୀତ ମୁଁ ୨୭ ବର୍ଷରେ ଲେଖିଛି । କିନ୍ତୁ ସେ ଏହାକୁ ୯୧ବର୍ଷରେ ମୋ ଠାରୁ ଭଲ ପ୍ରଦର୍ଶନ କରିଛନ୍ତି ।
‘ସଂଗୀତର ଜୀବନ୍ତ ଦେବୀ ଆଶା ଭୋସଲେ ଜୀ। ଏହି ଗୀତଟି କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ ସଙ୍ଗୀତ କଳାକାରମାନଙ୍କ ମଧ୍ୟରେ ମଧ୍ୟ ଅନେକ ପ୍ରେମ ଏବଂ ସ୍ୱୀକୃତି ପାଇଛି, କିନ୍ତୁ ଏହି ମୁହୂର୍ତ୍ତଟି ପ୍ରକୃତରେ ଅବିସ୍ୱାଶନୀୟ । ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ । ମୁଁ ପ୍ରକୃତରେ ତାଙ୍କ ନିକଟରେ କୃତଜ୍ଞ । ଏହା ମୋତେ ପ୍ରକୃତରେ ପ୍ରେରିତ କରିଛି ।’
‘ବ୍ୟାଡ଼ ନ୍ୟୁଜ’ ଫିଲ୍ମ
ଚଳିତ ବର୍ଷ ୧୯ ଜୁଲାଇରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ଏହି ଫିଲ୍ମରେ ବିକି କୌଶଲ, ତ୍ରିପ୍ତୀ ଡିମ୍ରି ଏବଂ ଆମି ଭିର୍କ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ‘ବ୍ୟାଡ ନ୍ୟୁଜ’ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ରୋଜଗାର ଦୃଷ୍ଟିରୁ ଏହି ଚଳଚ୍ଚିତ୍ରଟି ବହୁତ ସଫଳ ହୋଇଥିଲା ।
ରିପୋର୍ଟ ଅନୁସାରେ, ସ୍ୱଳ୍ପ ବଜେଟରେ ନିର୍ମିତ ଫିଲ୍ମ ୨୮ଦିନ ମଧ୍ୟରେ ବକ୍ସ ଅଫିସରେ ୬୬ କୋଟି ଟଙ୍କାର ଭଲ ବ୍ୟବସାୟ କରିଛି ଏବଂ ଏହାର ବିଶ୍ୱ ବ୍ୟାପୀ ସଂଗ୍ରହ ୧୦୦ କୋଟିରୁ ଅଧିକ ହୋଇଛି । ବଶ୍ୱରେ ଫିଲ୍ମ ୧୧୩.୭୫ କୋଟି ଆୟ କରି ସଫଳତା ହାସଲ କରିଥିଲା ।
ALSO READ: https://purvapaksa.com/ram-charan-game-changer/