Mahakumbh: ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ, ଯେଉଁଠାରେ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥାନ୍ତି।
୧୪୪ ବର୍ଷ ପରେ ଆୟୋଜିତ ହୋଇଛି ପ୍ରୟାଗରାଜ କୁମ୍ଭମେଳା । ଯାହା ୨୦୨୫ ଜାନୁଆରି ୧୩ ତାରିଖରେ ପୌଷ ପୂର୍ଣ୍ଣିମା ଦିନ ମହାକୁମ୍ଭ ଆରମ୍ଭ ହୋଇ ଫେବୃଆରି ୨୬, ୨୦୨୫ରେ ମହାଶିବରାତ୍ରୀରେ ଶେଷ ହେବ।
ଏହି ଧାର୍ମିକ ସମାବେଶର ସାକ୍ଷୀ ହେବାପାଇଁ ଦେଶର କୋଣ ଅନୁକୋଣରୁ ଅନେକ ଶ୍ରଦ୍ଧାଳୁ ଆସି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ଶେଷର ବଡ଼ ବଡ଼ ମନ୍ତ୍ରୀ ଠାରୁ ଆରମ୍ଭ କରି ବଡ଼ ବଡ଼ କଳାକାରମାନେ ମଧ୍ୟ ଏହି ମେଳାରେ ପୁଣ୍ୟ ଅର୍ଜନ କରିବା ପାଇଁ ସ୍ନାନ କରିଛନ୍ତି । ଅନ୍ୟପଟେ ଏହି ମେଳାରେ ଅନେକ ଲୋକ ଭଲ ବ୍ୟବସାୟ ମଧ୍ୟ କରିଛନ୍ତି । ଭକ୍ତିରେ ବୁଡ଼ ପକାଇବାକୁ ଆସିଥବା ଭକ୍ତମାନେ ଦୋକାନୀଙ୍କ ପକ୍ଷରୁ ଗୋଟିଏ ଟଙ୍କାର ଜିନିଷକୁ 500 ଟଙ୍କା ଦେଇ କିଣିଛନ୍ତି । ଅନେକ ଲୋକ ଭିଭିଆଇପି ହୋଇ ଆସିଥିବା ବେଳେ ଅନେକ ଲୋକ ଲାଇନ୍ରେ ଛିଡ଼ା ହୋଇ ମାଇଲ ମାଇଲ ଦୂରରୁ ଚାଲି ଚାଲି ଆସିଥିଲେ ।
ତେବେ ଏହି କୁମ୍ଭମେଳାରେ ଆମକୁ ଅନେକ କିଛି ଦେଖିବାକୁ ମିଳିଛି । ଭାଇରାଲ୍ ଗାର୍ଲ ମୋନାଲିସାଙ୍କ କାହାଣୀ ହେଉ କି ନାଗା ସାଧୁଙ୍କ କଥା। ହେଲେ ଏହି କୁମ୍ଭମେଳାରେ ଜଣେ ରିଏଲ ଲାଇଫର ହିରୋର କଥା ଅନେକ ଲୋକଙ୍କୁ ଜଣା ନଥିବ । ଆମେ ଆପଣଙ୍କୁ କହୁଛୁ ପ୍ରୟାଗରାଜର ଅର୍ପିତ ସିଂଙ୍କ କଥା। ମହାକୁମ୍ଭରେ ବୃଦ୍ଧ ତୀର୍ଥଯାତ୍ରୀମାନଙ୍କୁ ନିଃସ୍ୱାର୍ଥ ଭାବରେ ତାଙ୍କ ବାଇକ୍ ରେ ଘରକୁ ମାଗଣା ରାଇଡ୍ ଯୋଗାଇ ସାହାଯ୍ୟ କରୁଛନ୍ତି। ବହୁ ବୃଦ୍ଧ ଭକ୍ତ ମହାକୁମ୍ବରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ଯିବା ପାଇଁ ସଂଘର୍ଷ କରନ୍ତି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅର୍ପିତ ନିଜକୁ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଅନେକ ପଥଯାତ୍ରୀଙ୍କୁ ସହଜରେ ଘରେ ପହଞ୍ଚାଇ ପାରିଛି।
ତେବେ ଏଠି କଥା ହେଉଛି, ଅନେକ ଲୋକ ସଙ୍ଗମ ସ୍ଥଳୀରେ ବୁଡ଼ ପକାଇ ନିଜ ପାପ ଧୋଇବା ସହ ପୁଣ୍ୟ ମଧ୍ୟ ଅର୍ଜନ କରୁଛନ୍ତି । ହେଲେ କ’ଣ କେବଳ ବୁଡ଼ ପକାଇଲେ ପୁଣ୍ୟ ଅର୍ଜନ କରିହୁଏ?ନାଁ ଆମ କର୍ମ ଆମ ପାପ ଧୋଇଥାଏ । ଗୋଟିଏ ପଟେ ଅନେକ ଲୋକ ମହାକୁମ୍ଭ ନାମରେ ଠକେଇ କାରବାର କରିବା ସହ ଅନେକ ଟଙ୍କା ଲୁଟି ନେଇଛନ୍ତି ଅନ୍ୟପଟେ ଅର୍ପିତ ସିଂ ଭଳି ଯୁବକମାନେ ତାଙ୍କ ମାନବିକତାର ପରିଚୟ ଦେଇ କର୍ମକୁ ଧର୍ମ ଠାରୁ ବଡ଼ ବୋଲି ପ୍ରମାଣ କରିଛନ୍ତି ।
ALSO READ: https://purvapaksa.com/supreme-court-pauses-lokpal-order-on-power-to-probe-high-court-judges/
ହାଇକୋର୍ଟ ବିଚାରପତିଙ୍କ ତଦନ୍ତ କ୍ଷମତା ସଂକ୍ରାନ୍ତ ଲୋକପାଳଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ