Armaan Malik: ଗାୟକ ଅରମାନ ମଲ୍ଲିକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଗାୟକ ଅରମାନ ମଲ୍ଲିକ ତାଙ୍କ ଗର୍ଲଫ୍ରେଣ୍ଡ ଆଶ୍ନା ଶ୍ରଫଙ୍କୁ ବିବାହ କରିଛନ୍ତି । ବିବାହ ପରେ ଅରମାନ ମୁମ୍ବାଇରେ ଏକ ରିସେପ୍ସନ୍ ର ଆୟୋଜନ କରିଥିଲେ। ଡିସେମ୍ବର ୨୮ତାରିଖରେ ମହାବଳେଶ୍ୱରରେ ତାଙ୍କର ବିବାହ ହୋଇଥିଲା। ଏବେ ଏହି ଦମ୍ପତି ମୁମ୍ବାଇରେ ଏକ ରିସେପ୍ସନ୍ ର ଆୟୋଜନ କରିଛନ୍ତି।
ଅରମାନ ମଲ୍ଲିକ ଏବଂ ଆଶ୍ନାଙ୍କ ବିବାହ ରିସେପ୍ସନ ବହୁତ ଭବ୍ୟ ଥିଲା । ଯେଉଁଥିରେ ବଲିଉଡ଼ର ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ । ବିବାହର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅରମାନ ଏବଂ ଆଶ୍ନାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିଲେ ।
ଅରମାନ ଏବଂ ଆଶ୍ନା ମଧ୍ୟ ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ। ଅରମାନ ଆଶ୍କାଙ୍କ ସହ ରୋମାଣ୍ଟିକ ପୋଜ ମଧ୍ୟ ଦେଇଥିଲେ । ଅରମାନ୍ ଙ୍କ ଲୁକ୍ ବିଷୟରେ କହିବାକୁ ଗଲେ, ସେ ନେଭି ବ୍ଲୁ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକ ପିନ୍ଧିଥିଲେ ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ଆଶ୍ନାଙ୍କ ଲେହେଙ୍ଗା ବିଷୟରେ କହିବାକୁ ଗଲେ ସେ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ।
ଏହି ଲୁକ୍ କୁ ସେ ଏକ ନେକପିସ୍ ରେ ସମ୍ପୂର୍ଣ୍ଣ କରିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସୂଚନାଯୋଗ୍ୟ ଯେ, ଅରମାନ ଓ ଆଶ୍ନା ଅନେକ ବର୍ଷ ଧରି ଡେଟିଂ କରୁଛନ୍ତି। ଦୁହେଁ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏକାଠି ରୋମାଂଟିକ ଫଟୋ ସେୟାର କରିଥାନ୍ତି ।
ଏହି ଅଭିନେତ୍ରୀଙ୍କୁ ନିଜର ଚତୁର୍ଥ ପତ୍ନୀ କରିବାକୁ ଚାହୁଁଛନ୍ତି ସଞ୍ଜୟ ଦତ୍ତ