କେରଳରେ ଖେଳିବ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍
ଭାରତୀୟ କ୍ରୀଡ଼ା ପ୍ରେମୀଙ୍କ ପଇଁ ଖୁସି ଖବର । ବିଶ୍ୱର ଶ୍ରେଷ୍ଠ ଫୁଟବଲ୍ ଖେଳି ଲିଓନେଲ ମେସି ଓ ତାଙ୍କ ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନା ଦଳ ଆସନ୍ତା ବର୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପଇଁ ଭାରତ ଆସୁଛି । କେରଳର କୌଣସି ଏକ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଖେଳାଯିବ । ଆଜି କେଳର କ୍ରୀଡ଼ାମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ଡକାଇ ଏବିଷୟରେ ଘୋଷଣା କରିଛନ୍ତି । ମ୍ୟାଚ୍ ତାରିଖ ଚୂଡ଼ାନ୍ତ ହୋଇନାହିଁ । ମାତ୍ର କେରଳ ସଫଳତାର ସହ ବିଶ୍ୱ ଚାମ୍ପିଅନ ଦଳର ମ୍ୟାଚକୁ ଆୟୋଜନ କରିବ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ।
୧୪ବର୍ଷ ପରେ ଆର୍ଜେଣ୍ଟିନା ଫୁଟବଲ୍ ଦଳ ଭାରତ ଗସ୍ତେର ଆସୁଛି। ଶେଷ ଥର ପାଇଁ ୨୦୧୧ରେ ଆର୍ଜେଣ୍ଟିନା ଦଳ ଭାରତ ଗସ୍ତରେ ଆସିଥିଲା। ମେସି ସେତେବେଳେ ଏଫସି ବାର୍ସେଲୋନା ପକ୍ଷରୁ ଖେଳୁଥିଲେ। ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ କୋଲକାତା ସ୍ଥିତ ସଲ୍ଟ ଲେକ ଷ୍ଟାଡ଼ିୟମରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖଳାଯାଇଥିଲା। ନିକୋଲାସ ଓଟାମେଣ୍ଟିଙ୍କ ଗୋଲ ବଳେର ଆର୍ଜେଣ୍ଟିନା ଉକ୍ତ ମ୍ୟାଚ୍ ଜିତିଥିଲା। ଏଥର ଆର୍ଜେଣ୍ଟିନା ଦଳ ଭାରତରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ ଆର୍ଜେଣ୍ଟିନା ଫୁଟବଲ ସଙ୍ଘ ପକ୍ଷରୁ ଭାରତ ଗସ୍ତ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।
previous article: https://purvapaksa.com/india-clinch-gold-in-historic-womens-asian-champions-trophy/